ନୂଆଦିଲ୍ଲୀ ୨୮/୦୪: ‘ଧୁରନ୍ଧର୍’ ଫ୍ରାଞ୍ଚାଇଜିର ଜୋର୍‌ଦାର ସଫଳତା ପରେ ଫିଲ୍ମର ମୁଖ୍ୟ ନାୟକ ରଣବୀର ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରଣବୀରଙ୍କ ବିଜ୍‌ନେସ ପାର୍ଟନର ନିକୁଞ୍ଜ ବିୟାନୀ ‘ଧୁରନ୍ଧର୍-୨’ ଦେଖିବା ପରେ ରଣବୀରଙ୍କୁ ପଚାରିଥିଲେ, ତାଙ୍କର ହମ୍‌ଜା ଚରିତ୍ର କ’ଣ ‘ପଦ୍ମାବତ୍’ର ଅଲାଉଦ୍ଦୀନ ଖିଲଜୀ ଭଳି ଆହ୍ୱାନଭରା ଥିଲା? ଏହାର ଜବାବରେ ରଣବୀର କହିଥିଲେ ‘ଜଣେ କଳାକାର ଭାବେ ଏହି ଚରିତ୍ର ମୋ ପାଇଁ ଖିଲଜୀଠୁ ବହୁତ ଅଧିକ ଆହ୍ୱାନଭରା ଥିଲା । ଏହା ମୋତେ ଭିତରୁ ଦୋହଲାଇ ଦେଲା । ଏହି ଭୂମିକା ପାଇଁ ମୋତେ ନିଜର ଗଭୀରତମ କୋଣକୁ ଯିବାକୁ ପଡ଼ିଲା ଏବଂ ନିଜର ୩୦୦ ପ୍ରତିଶତ ଦେବାକୁ ପଡ଼ିଲା ।

ତେବେ ୨୦୧୮ରେ ମୁକ୍ତିପ୍ରାପ୍ତ ‘ପଦ୍ମାବତ୍’ର ଖିଲଜୀ ଭୂମିକାକୁ ରଣବୀରଙ୍କର ସବୁଠୁ ଜଟିଳ ଓ ଆହ୍ୱାନଭରା ବୋଲି କୁହାଯାଏ । ସେତେବେଳେ ରଣବୀର କହିଥିଲେ, ଖିଲଜୀ ଚରିତ୍ରରେ ଫିଟ୍ ହେବା ପାଇଁ ସେ ନିଜକୁ ଗୋରେଗାଓଁର ଏକ ଘରେ ବନ୍ଦୀ କରିଥିଲେ । ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ସେହି ସ୍ୱାର୍ଥୀ ଚରିତ୍ରକୁ ନିଜ ଭିତରକୁ ଆଣିଥିଲେ । କିନ୍ତୁ ଏବେ ତାଙ୍କ କହିବା ଅନୁସାରେ, ‘ଧୁରନ୍ଧର୍’ର ହମ୍‌ଜା ତାଙ୍କୁ ତା’ଠୁ ବହୁତ ଅଧିକ ପରିଶ୍ରମ କରାଇଛି । ‘ଧୁରନ୍ଧର୍-୨’ ବିଶ୍ୱରେ ୩ୟ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ହୋଇଛି ।

ଆହୁରି ପଢ଼ନ୍ତୁ...୪୦ ବର୍ଷର କ୍ୟାରିୟର,୧୦୩ ଫିଲ୍ମ ; ୮୦ ବର୍ଷ ବୟସରେ ଚାଲିଗଲେ ସିନେମା ଜଗତର ପୁଲିସ୍ ଇନ୍ସପେକ୍ଟର