ମୁମ୍ବାଇ: ମାର୍ଚ୍ଚ ୧୯ ଅର୍ଥାତ ଆସନ୍ତାକାଲି ସିନେମା ହଲରେ ରିଲିଜ୍ ହେବ ବହୁପ୍ରତିକ୍ଷିତ ଫିଲ୍ମ ‘ଧୁରନ୍ଧର ଦି ରିଭେଞ୍ଜ’ । ଏହା ପୂର୍ବରୁ ବୁଧବାର ପେଡ୍ ପ୍ରିଭ୍ୟୁ ଶୋ’ ଅନୁଷ୍ଠିତ ହୋଇଯାଇଛି । ଯାହାକି ୫ଟା ୪୫ରେ ପ୍ରଥମ ପେଡ୍ ପ୍ରିଭ୍ୟୁ ଶୋ’ ଅନୁଷ୍ଠିତ ହୋଇଥିଲା । ଯାନ୍ତ୍ରିକ ଅସୁବିଧା ଯୋଗୁଁ ଏହା ପ୍ରାୟ ୪୫ ମିନିଟ୍ ବିଳମ୍ବ ହୋଇଥିଲା। ମୁକ୍ତିଲାଭ କରିବା ପୂର୍ବ ଦିନର ପ୍ରିଭ୍ୟୁ ସୋ’ର ଟିକେଟ୍ ବିକ୍ରିରେ ଏହା ‘ସ୍ତ୍ରୀ ୨’ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଦେଇଛି। ପ୍ରିଭ୍ୟୁ ସୋ’ ଦେଖିବା ପାଇଁ ଭାରତରେ ସାଢ଼େ ତିନି ଲକ୍ଷରୁ ଅଧିକ ଲୋକ ଆଗୁଆ ଟିକେଟ୍ କାଟିସାରିଲେଣି, ଯାହାର ବ୍ୟାବସାୟିକ ମୂଲ୍ୟ ୨୦ କୋଟି ଟଙ୍କା ଟପିଯାଇଛି। ଏହା ୩୫ କୋଟି ଟଙ୍କା ଛୁଇଁବ ବୋଲି ଆଶା କରାଯାଉଛି।
ଏହି ଫିଲ୍ମକୁ ନେଇ ଏତେ କ୍ରେଜ୍ ଅଛି ଯେ ଦେଶର ବିଭିନ୍ନ ସିନେମା ହଲ୍ରେ ଏହାର ପ୍ରଦର୍ଶନ ସମୟ ବୃଦ୍ଧି କରାଯାଇଛି। ଅନେକ ମଲ୍ଟିପ୍ଲେକ୍ସ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଶୋ ଚାଲିବାକୁ ଯାଉଛି । ଏହି ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏଥିରେ ରଣବୀର ସିଂହଙ୍କ ସହିତ ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନ ମଧ୍ୟ ଅଭିନୟ କରିଛନ୍ତି । ଅନେକ ଆଗୁଆ ଅନୁମାନ କରିଛନ୍ତି କି, ଏହି ଫିଲ୍ମଟି ଓପନିଂ ସପ୍ତାହରେ ୩୦୦ କୋଟି ପାର କରିବା ସହ ରେକର୍ଡ କରିବ । ଏହାସହ ଶାହାରୁଖ ଖାନଙ୍କ ଓପନିଂ ଡେ’ରେ ୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ଏବେ ଏହି ରେକର୍ଡକୁ ଭାଙ୍ଗିବ ବୋଲି ଆଶା କରାଯାଉଛି । ଗୀତ ଲଞ୍ଚ କରିଥିବାବେଳେ ଭଲ ରୋଜଗାର କରିଛି । ତେବେ ଆଗକୁ ଇଦ ରହିଥିବାବେଳେ ଫିଲ୍ମ ସର୍ବାଧିକ ରୋଜଗାର କରିବ ବୋଲି ମଧ୍ୟ ଆଶା କରାଯାଉଛି ।
ରଣବୀର ସିଂହଙ୍କ ଏହି ଫିଲ୍ମ ସର୍ବଶ୍ରେଷ୍ଠ ଫିଲ୍ମ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ପ୍ରଥମ ଭାଗକୁ ବେଶି ଭଲପାଇବା ମିଳିଥିଲା । ଆଉ ଏବେ ଦ୍ବିତୀୟ ଭାଗ ଅଧିକ ରୋଜଗାର କରିବା ସହ ଦର୍ଶକଙ୍କ ମନମୋହିବ ବୋଲି ଆଶା କରାଯାଉଛି । ରେଟିଂ ମଧ୍ୟ ଭଲ ରହିଛି । ତେବେ ଦର୍ଶକମାନେ ସୋସିଆଲ ମିଡିଆରେ ଦାବି କରୁଛନ୍ତି କି, ଏହାର ତୃତୀୟ ଭାଗ ଆସୁ । ଏହାସହ ପ୍ରଥମ ଭାଗରେ ଅକ୍ଷୟ ଖାନ୍ନାଙ୍କ ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନମୋହିଥିବାବେଳେ ପୁଣି ତାଙ୍କୁ ତୃତୀୟ ପାର୍ଟରେ ରୋଲ ଦିଆଯାଉ ବୋଲି ମଧ୍ୟ ଦାବି କରାଯାଇଛି ।