ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବେଙ୍ଗାଲୁରୁ ସୁନା ଚୋରା ଚାଲାଣ ମାମଲା, ଛାଡ଼ପତ୍ର ଆବେଦନ କଲେ ରାନ୍ୟାଙ୍କ ସ୍ୱାମୀ ଜତିନ

Published By : Prameya | April 4, 2025 2:43 PM

ବେଙ୍ଗାଲୁରୁ,୦୪/୦୪: ବିଦେଶରୁ ସୁନା ଚୋରା ଚାଲାଣ ମାମଲାରେ ଫସିଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ଼ ଝଟକା ଲାଗିଛି । ତାଙ୍କ ସ୍ୱାମୀ ଜତିନ ହୁକ୍କେରୀ  ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜତିନ  କହିଛନ୍ତି, ରାନ୍ୟାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ମୁଁ ନିଷ୍ପତ୍ତି ନେଇଛି । 

ସେ କହିଛନ୍ତି,  ବିବାହ ପରଠାରୁ ମୁଁ ଅତ୍ୟନ୍ତ ମାନସିକ ଚାପ ଓ ଯନ୍ତ୍ରଣା ଦେଇ ଗତି କରୁଛି । ସଦ୍ୟ ଘଟଣାରେ ବି ଗଭୀର ମାନସିକ ଆଘାତ ପାଇଛି । ତେଣୁ ରାନ୍ୟାଙ୍କଠାରୁ ଅଲଗା ହେବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ତେବେ ସୁନା ଚୋରା ଚାଲାଣ ମାମଲାରେ ରାନ୍ୟା ରାଓଙ୍କ ସ୍ୱାମୀଙ୍କ ଉପରେ ମଧ୍ୟ ତଦନ୍ତ ବଢ଼ିଛି । ପୁଲିସ ମୁତାବକ, ଜତିନ ଅଧିକାଂଶ ସମୟରେ  ରାନ୍ୟାଙ୍କ ସହ ଦୁବାଇ ଯାଉଥିଲେ । ଦୁବାଇରୁ ହିଁ ରାନ୍ୟା ବେଆଇନ ଭାବେ ସୁନା  ଭାରତ ଆଣୁଥିଲେ । 

ଉଲ୍ଲେଖଯୋଗ୍ୟ, ୪ ମାସ ତଳେ ଜତିନ ଓ ରାନ୍ୟାଙ୍କ ବିବାହ  ହୋଇଥିଲା । ଏହାପରେ ଉଭୟ ବେଙ୍ଗାଲୁରୁର ଅପ୍‌ସ୍କେଲ ଲାଭେଲ ରୋଡସ୍ଥିତ  ଏକ ହାଇଏଣ୍ଡ ଆପାର୍ଟମେଣ୍ଟରେ ରହିବାକୁ ଲାଗିଥିଲେ । ଜତିନ ପେସାରେ ସ୍ଥପତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.