ବେଙ୍ଗାଲୁରୁ,୦୪/୦୪: ବିଦେଶରୁ ସୁନା ଚୋରା ଚାଲାଣ ମାମଲାରେ ଫସିଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ଼ ଝଟକା ଲାଗିଛି । ତାଙ୍କ ସ୍ୱାମୀ ଜତିନ ହୁକ୍କେରୀ  ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜତିନ  କହିଛନ୍ତି, ରାନ୍ୟାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ମୁଁ ନିଷ୍ପତ୍ତି ନେଇଛି । 

ସେ କହିଛନ୍ତି,  ବିବାହ ପରଠାରୁ ମୁଁ ଅତ୍ୟନ୍ତ ମାନସିକ ଚାପ ଓ ଯନ୍ତ୍ରଣା ଦେଇ ଗତି କରୁଛି । ସଦ୍ୟ ଘଟଣାରେ ବି ଗଭୀର ମାନସିକ ଆଘାତ ପାଇଛି । ତେଣୁ ରାନ୍ୟାଙ୍କଠାରୁ ଅଲଗା ହେବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ତେବେ ସୁନା ଚୋରା ଚାଲାଣ ମାମଲାରେ ରାନ୍ୟା ରାଓଙ୍କ ସ୍ୱାମୀଙ୍କ ଉପରେ ମଧ୍ୟ ତଦନ୍ତ ବଢ଼ିଛି । ପୁଲିସ ମୁତାବକ, ଜତିନ ଅଧିକାଂଶ ସମୟରେ  ରାନ୍ୟାଙ୍କ ସହ ଦୁବାଇ ଯାଉଥିଲେ । ଦୁବାଇରୁ ହିଁ ରାନ୍ୟା ବେଆଇନ ଭାବେ ସୁନା  ଭାରତ ଆଣୁଥିଲେ । 

ଉଲ୍ଲେଖଯୋଗ୍ୟ, ୪ ମାସ ତଳେ ଜତିନ ଓ ରାନ୍ୟାଙ୍କ ବିବାହ  ହୋଇଥିଲା । ଏହାପରେ ଉଭୟ ବେଙ୍ଗାଲୁରୁର ଅପ୍‌ସ୍କେଲ ଲାଭେଲ ରୋଡସ୍ଥିତ  ଏକ ହାଇଏଣ୍ଡ ଆପାର୍ଟମେଣ୍ଟରେ ରହିବାକୁ ଲାଗିଥିଲେ । ଜତିନ ପେସାରେ ସ୍ଥପତି ।