ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବନ୍ଦ ଘରେ ପଣବନ୍ଦୀ ରଖି ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ୩ ଗିରଫ

Published By : Harapriya Sethi | December 20, 2024 1:37 PM

ରାଉରକେଲା, ୨୦/୧୨: ବନ୍ଦ ଘରେ  ପଣବନ୍ଦୀ ରଖି ନାବାଳିକାକୁ ଗଣଦୁଷ୍କର୍ମ । ଦୁଇଦିନ ଯୌନ ଉତ୍ପୀଡ଼ନ ପରେ ଛାଡ଼ିଦେଇଥିଲେ  ତିନି ଜଣ ଯୌନପିପାସୁ । ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଦିତ ନଗର ପୋଲିସ । ଶୁକ୍ରବାର ତିନି ଗିରଫ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସରିଛି । ଅନ୍ୟ ପଟେ ପୀଡ଼ିତା ନାବାଳିକାଙ୍କ ଡାକ୍ତରୀ ମାଇନା ସରିଥିବା ବେଳେ ୧୬୪ ବୟାନ ରେକର୍ଡ କରାଯିବ । ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରୁ ଏଭଳି ଅମାନୁଷିକ ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ସମ୍ପୃକ୍ତ ୧୫ ବର୍ଷୀୟା ନାବାଳିକାଙ୍କ ଘର ଉଦିତ୍‌ନଗର  ଥାନାଞ୍ଚଳରେ । ତାଙ୍କ ମା’ବାପା ଦିନ ମଜୁରିଆ ।  ଗରିବ ପରିବାରର ହୋଇଥିବାରୁ ନାବାଳିକା  ଜଣକ ବିଭିନ୍ନ ସ୍ଥାନରେ ବୁଲି ଖାଇବା ଯୋଗାଡ଼  କରିଥାଆନ୍ତି । ଘଟଣା ଦିନ ଅର୍ଥାତ୍‌ ଗତ ୧୭ ତାରିଖରେ ସେ ଷ୍ଟେସନ ଅଞ୍ଚଳରେ ବୁଲାବୁଲି  କରୁଥିବାବେଳେ ଦୁଇଜଣ ଯୁବକ ଆସି ତାଙ୍କ ସହ ସମ୍ପର୍କ ଯୋଡ଼ିଥିଲେ । ଖାଇବାକୁ ଦେବାକୁ ପ୍ରଲୋଭିତ କରିଥିଲେ । ହେଲେ ସେମାନଙ୍କ ଉଦ୍ଦେଶ୍ୟ ଥିଲା ଅଲଗା । ନାବାଳିକାଙ୍କୁ ଜାଲରେ ଫସାଇ ଦୁଇ ଅଭିଯୁକ୍ତ ରାଉରକେଲାଠାରୁ ପ୍ରାୟ ୨୦ କିମି ଦୂରକୁ ନେଇଯାଇଥିଲେ । ଏକ ଝାଟିମାଟି ଘରେ ପଣବନ୍ଦୀ କରି ରଖିଥିଲେ । ଉକ୍ତ ଘରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତି ଏବଂ ଦୁଇ ଅଭିଯୁକ୍ତ ତାଙ୍କୁ ଦୁଇଦିନ ଧରି ପଣବନ୍ଦୀ ରଖି ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଘରକୁ ନ ଫେରିବାରୁ  ମା’ ଖୋଜାଖୋଜି କରିଥିଲେ । ହେଲେ  ପାଇ ନ ଥିଲେ । ଗୁରୁବାର ସକାଳେ ଜଣେ  ଅଭିଯୁକ୍ତ ବାଇକ୍‌ରେ ଆଣି ନାବାଳିକାକୁ ବିର୍ସା  ଛକରେ ଛାଡ଼ି ପଳାଇଥିଲେ । 

ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ପୀଡ଼ିତାଙ୍କୁ ଦେଖିଥିଲା ପୋଲିସ । ପରେ ଏହି ଘଟଣା ସମ୍ପର୍କରେ ଜାଣି ମାମଲା ରୁଜୁ କରିଥିଲା ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଶେଷରେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.