ମୁମ୍ବାଇ,୧୨/୭ : ୯୦ଦଶକରେ ବଲିଉଡ଼ରେ ରାଜ୍ କରି ସାରିଥିବା ରବୀନା ଟଣ୍ଡନ କିଛି ଦିନ ପୂର୍ବରୁ ଓ୍ବେଲକମ୍ ଟୁ ଦ ଜଙ୍ଗଲରେ ଦେଖାଯାଇଛନ୍ତି । ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ସେ ବହୁ ସମୟରୁ କମ୍ ପ୍ରୋଜେକ୍ଟର ଭାଗିଦାରୀ ହୋଇଛନ୍ତି । କିନ୍ତୁ ତାହା ସବୁ ସଫଳତା ସାବ୍ୟସ୍ତ ହୋଇଛି । ଏବେ ରବୀନାଙ୍କ ପରେ ତାଙ୍କ ଝିଅ ରଶା ଥଣ୍ଡାନୀଙ୍କ ଫିଲ୍ମ ଆସୁଛି ।
ରଶା ଥଣ୍ଡାନୀ ବଲିଉଡ଼ ପରେ ସାଉଥ ସିନେମାରେ ନଜର ଆସିବାରେ ଅଛନ୍ତି । ତାଙ୍କ ତେଲୁଗୁ ଫିଲ୍ମ ଶ୍ରୀନିବାସ ମଙ୍ଗାପୁରମ ୩୦ଜୁଲାଇରେ ରିଲିଜ ହେବା ଲାଗି ପ୍ରସ୍ତୁତ ହୋଇଯାଇଛି । ଆଜି ଫିଲ୍ମର ଅଫିସିଆଲ୍ ଟ୍ରେଲର ସାମ୍ନାକୁ ଆସିଛି । ଯେଉଁଥିରେ ତେଲୁଗୁ ଅଭିନେତା ଜୟ କୃଷ୍ଣାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ । ତିଋପତି ଭଳି ପବିତ୍ର ସ୍ଥଳର ଆଖପାଖରେ ସୁଟ୍ ହୋଇଥିବା ଫିଲ୍ମର ଟ୍ରେଲର ବହୁ ସୁନ୍ଦର ଏବଂ ଭୟଙ୍କର ଲାଗୁଛି ।
ରବୀନା ଟଣ୍ଡନଙ୍କ ଝିଅର ଫିଲ୍ମ ଏକ ରିଭେଞ୍ଜ ଲଭ-ଷ୍ଟୋରୀ ଭଳି ଲାଗୁଛି । ଏଥିରେ ଜୟ କୃଷ୍ଣାଙ୍କ ଚରିତ୍ର ରଶାଙ୍କ ଚରିତ୍ରକୁ ପ୍ରେମ କରୁଛନ୍ତି । କିନ୍ତୁ ହିରୋଇନଙ୍କୁ ହିରୋ ସହ ଭଲ ପାଇବା ନାହିଁ । ମାତ୍ର ପରେ ଯାଇ ଉଭୟ ଜଣେ ଅନ୍ୟ ଜଣଙ୍କ ଭଲପାଇବାରେ ପଡ଼ିଯାଉଛନ୍ତି । କିନ୍ତୁ ଗୋଟିଏ ଦିନ ତାଙ୍କ ସହ ଏଭଳି ଘଟଣା ଘଟୁଛି, ଯେଉଁଥିରେ ଉଭୟଙ୍କ ଜୀବନ ବାଜିରେ ଲାଗୁଛି । ରଶା ଥଣ୍ଡାନୀଙ୍କ ଏହି ଫିଲ୍ମ ଅଜୟ ଭୂପତି ନିର୍ଦ୍ଦେଶନା କରିଛନ୍ତି । ସେହିଭଳି ଏହାକୁ ପ୍ରଭାସଙ୍କ କଲ୍କି କରିଥିବା ପ୍ରଡକ୍ସନ କମ୍ପାନୀ ବ୍ୟଜନ୍ତି ନେଟଓ୍ବର୍କ ପ୍ରଯୋଜନା କରିଛି ।