ନୂଆଦିଲ୍ଲୀ, ୨୭/୦୨ : ବହୁ ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଦୟପୁରରେ ଆୟୋଜିତ ଏହି ରୟାଲ୍ ୱେଡିଂରେ ଉଭୟ ଆନ୍ଧ୍ର ଏବଂ କୋଡଭା ପରମ୍ପରାରେ ବିବାହ କରିଛନ୍ତି। ଉଭୟଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ରଶ୍ମିକା ତାଙ୍କ ବିବାହରେ ଏକ ପାରମ୍ପରିକ ନାଲି ରଙ୍ଗର ଶାଢୀ, ସ୍ଵର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଜଣେ ରାଣୀ ଭାଳି ଦେଖାଯାଉଛନ୍ତି। ସେହିଭଳି ବିଜୟ ମଧ୍ୟ ଏକ ଧଳା ରଙ୍ଗର ଧୋତି, କାନ୍ଧରେ ନାଲି ରଙ୍ଗର ସାଲ୍ ଏବଂ ସ୍ଵର୍ଣ୍ଣ ଅଳଙ୍କାର ପିନ୍ଧି କୌଣସି ରାଜା ଠାରୁ କମ୍ ଦେଖାଯାଉ ନାହାଁନ୍ତି। ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଫଟୋ ଗୁଡ଼ିକ ମଧ୍ୟରୁ ବିଜୟ ଏବଂ ରଶ୍ମିକାଙ୍କ ଏକ ସୁନ୍ଦର ଫଟୋ ଫ୍ୟାନ୍ସଙ୍କ ମନକୁ ଛୁଇଁଯାଇଛି। ଏହି ଫଟୋରେ ଦୁହିଁଙ୍କ ଯୋଡ଼ି ବିଲକୁଲ ହର-ପାର୍ବତୀଙ୍କ ଭଳି ଦେଖାଯାଉଛି।
ଏହି ଫଟୋରେ ବିଜୟ ରଶ୍ମିକାଙ୍କ ଗଇଣ୍ଠାଳ ପଡିଛି। ବିଜୟ ତାଙ୍କ ପତ୍ନୀଙ୍କ ହାତ ଧରି ତାଙ୍କୁ ମଣ୍ଡପରୁ ବାହାରକୁ ନେଇ ଯାଉଛନ୍ତି। ତାଙ୍କ ଉପରେ ଫୁଲ ବର୍ଷା ହେଉଛି। ନବଦମ୍ପତିଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ହର-ପାର୍ବତୀଙ୍କ ଯୋଡ଼ି ସହ ତୁଳନା କରିଛନ୍ତି। ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି। ଜଣେ ୟୁଜର ଏହାକୁ ଭକ୍ତି, ଶକ୍ତି ଏବଂ ଅନନ୍ତ ସମର୍ପଣର ପ୍ରତୀକ କହିଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ, ଦକ୍ଷିଣ ଭାରତୀୟ ବିବାହର ଏହାହିଁ ସୁନ୍ଦରତା।
ଏହି ଖବରଟିକୁ ପଢନ୍ତୁ- ବିଜୟ-ରଶ୍ମିକାଙ୍କ ପ୍ରେମର ସାକ୍ଷୀ ଥିଲେ ଦିଅର, କହିଲେ "ଏବେ ଆଉ ଭାଉଜଙ୍କୁ ଲୁଚାଇବାର ଭୟ ନାହିଁ "