ନୂଆଦିଲ୍ଲୀ ୦୫/୦୩: ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନ୍ନା ଏବେ ମିଷ୍ଟର ଆଣ୍ଡ ମିସେସ୍। ଉଦୟପୁରରେ ସେମାନଙ୍କର ବିବାହ ପରେ, ଦୁହେଁ ହାଇଦ୍ରାବାଦର ତାଜ କୃଷ୍ଣାରେ ଏକ ଭବ୍ୟ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଯେଉଁଥିରେ ରାମ ଚରଣ ଏବଂ ଅଲୁ ଅର୍ଜୁନଙ୍କ ସମେତ ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ଯୋଗ ଦେଇଥିଲେ।
ରଶ୍ମିକା-ବିଜୟ ସେମାନଙ୍କ ରିସେପ୍ସନ ସେଲିବ୍ରେସନ ମଧ୍ୟରେ ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ ଏବଂ ସେମାନଙ୍କର ପରବର୍ତ୍ତୀ ଯୋଜନା ପ୍ରକାଶ କରିଥିଲେ। ଉତ୍ସବ ଶେଷ ହେବା ପରେ ସେମାନେ କ'ଣ କରିବାକୁ ଯୋଜନା କରୁଛନ୍ତି ତାହା ସେମାନେ ସେୟାର କରିଥିଲେ। ପାପଙ୍କ ପାଇଁ ପୋଜ୍ ଦେବା ସମୟରେ ବିଜୟ କହିଥିଲେ, “ଆମେ ଆଶା କରୁଛୁ ଯେ ସେଲିବ୍ରେସନ ଶେଷ ଯିବ ଏବଂ ଆମେ ଅଣ୍ଡରଗ୍ରାଉଣ୍ଡ୍ ହୋଇ ଚୁପ୍ ରହିବୁ। ଧନ୍ୟବାଦ।"
ତେବେ ସେମାନଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ରିସେପ୍ସନ ପରେ, ସେମାନେ ଉଭୟ ସେମାନଙ୍କର ବୈବାହିକ ଜୀବନ ଏବଂ କ୍ୟାରିଅର ଉପରେ ଧ୍ୟାନ ଦେବେ।
ଆହୁରି ପଢ଼ନ୍ତୁ...ହାଇଦ୍ରାବାଦ ରିସେପଶନରୁ ସାମ୍ନାକୁ ଆସିଲା ବିଜୟ- ରଶ୍ମିକାଙ୍କ ଫାଷ୍ଟ ଲୁକ୍, ସାଉଥ୍ ଇଣ୍ଡିଆନ ଲୁକରେ ଆସିଲେ ନଜର
ଦମ୍ପତିଙ୍କ କଷ୍ଟ୍ୟୁମ ବିଷୟରେ କହିବାକୁ ଗଲେ, ସେମାନେ ଦୁହେଁ ପାରମ୍ପରିକ ଲୁକ୍ ରେ ଥିଲେ । ବିଜୟ ଦକ୍ଷିଣ ଭାରତୀୟ ଧଳା ଧୋତି ସହିତ ଏକ ଛୋଟ କୁର୍ତ୍ତା ପିନ୍ଧିଥିଲେ। ଏହି ସମୟରେ, ରଶ୍ମିକା ଏକ ଲାଲ ଶାଢ଼ିରେ ସୁନ୍ଦର ଦେଖାଯାଉଥିଲେ। ସେ ସବୁଜ ବର୍ଡର ସହିତ ଏକ ଲାଲ ସିଲ୍କ ଶାଢ଼ି ପିନ୍ଧିଥିଲେ, ଯାହାକୁ ସେ ସୁନା ଅଳଙ୍କାର ସହିତ ଷ୍ଟାଇଲ୍ କରିଥିଲେ।