ହରଭଙ୍ଗା, ୧୮।୩ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ଜିଲ୍ଲାରେ  ରଥକାଠ କଟା କାର୍ଯ୍ୟ ଆରମ୍ଭ ହୋଇଛି। ମାଧପୁର ରେଞ୍ଜ ଅଧୀନ ମୁଣ୍ଡେଶ୍ୱେର ଜଙ୍ଗଲରେ ପୂଜାର୍ଚ୍ଚନା କରି ଅସନ, ଧଉରା, ଫାସୀ ଓ ଶିମିଳି ପରି ମୂଲ୍ୟବାନ କାଠ କଟା ଆରମ୍ଭ କରାଯାଇଛି।

ବୌଦ୍ଧ ଡିଏଫଓ ରାଜେନ୍ଦ୍ର ଗୋଛାୟତ, ମାଧପୁର ରେଞ୍ଜ ଅଧିକାରୀ ଆସିକ ଡିଗାଲ, ବାରିଙ୍ଗ ବିଟର ଫରେଷ୍ଟ ଗାର୍ଡ ବୀଣାପାଣି ଖଟୁଆ ଓ ବାରିଙ୍ଗ ଗ୍ରାମର ସଂକୀର୍ତ୍ତନ୍ୟ ମଣ୍ଡଳୀ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ। ବୌଦ୍ଧ ଜିଲ୍ଲାର ପାଞ୍ଚଟି ରେଞ୍ଜ ମାଧପୁର, ପୁରୁଣା କଟକ, ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଲରୁ ମୋଟ ୨୦୦ ଖଣ୍ଡ ରଥକାଠ ପୁରୀକୁ ପଠାଯିବ। ଏଥିରୁ ମାଧପୁର ରେଞ୍ଜରୁ ପ୍ରାୟ ୫୦ ଖଣ୍ଡ ଅସନ ଓ ଧଉରା କାଠ ଯୋଗାଣ ହେବ।ଏହି ରଥକାଠ ଦ୍ୱାରା ରଥ ନିର୍ମାଣ କରାଯିବ।  ଯାହା ପାଇଁ ବୌଦ୍ଧ ଜିଲ୍ଲାର ଜଙ୍ଗଲ ଏକ ବିଶେଷ ଅବଦାନ ରଖୁଛି l