ଭୁବନେଶ୍ୱର,୨୭/୦୬: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ମଧ୍ୟରୁ ଗୋଟିଏ । ବ୍ୟାକୁଳ ଭକ୍ତ ମନ । ଅପେକ୍ଷାରେ ରଥ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବ ଦିନାତ୍ମକ ଯାତ୍ରା କରିବେ ବ୍ରହ୍ମାଣ୍ଡପତି । କାଳିଆ ସାଆନ୍ତେଙ୍କ ପାଇଁ ସବୁଠୁ ଉତ୍ସାହ, ଉତ୍କଣ୍ଠା । ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ''ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।''
ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ…
— President of India (@rashtrapatibhvn) June 27, 2025
ପବିତ୍ର ରଥଯାତ୍ରା ଅବସରର ଶୁଭେଚ୍ଛା ଜଣାଇ ମହାପ୍ରଭୁ କହିଛନ୍ତି, ''ପବିତ୍ର ରଥଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଶ୍ରଦ୍ଧା ଓ ଭକ୍ତିର ଏହି ପବିତ୍ର ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରି ଦେଉ ଏତିକି କାମନା । ଜୟ ଜଗନ୍ନାଥ ।''
ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ।
— Narendra Modi (@narendramodi) June 27, 2025
ଜୟ ଜଗନ୍ନାଥ! pic.twitter.com/TBLqIgV8kH
ପବିତ୍ର ରଥଯାତ୍ରା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରେ ରାଜ୍ୟର ବିକାଶ ସହିତ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କାମନା କରିଛନ୍ତି। #ରଥଯାତ୍ରା pic.twitter.com/eTLhWdyxcU
— CMO Odisha (@CMO_Odisha) June 27, 2025
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, କୋଟି ଓଡ଼ିଆଙ୍କ ମଉଣମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ରାଜ୍ୟର ସମସ୍ତ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ରଥାଯାତ୍ରା ଆମ ସମସ୍ତଙ୍କ ପାଇଁ ଆସୀମ ଭକ୍ତି ଓ ଭାବାବେଗର ଉତ୍ସବ । ମହାପ୍ରଭୁଙ୍କ ଆଶୀର୍ବାଦରେ ରାଜ୍ୟର ବିକାଶ ସହିତ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଉଠୁ । ଏହା ହିଁ ମୋର କାମନା ।ବିଶ୍ୱାସ ଓ ଭକ୍ତିରେ ରଥଯାତ୍ରାରେ ସାମିଲ ହୁଅନ୍ତୁ ।
ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମ୍ପତି । ସେ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ୱର କୋଣ-ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଜନଙ୍କୁ ଶୁଭେଚ୍ଛା ଜଣାଉଛି । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ଥାନର ମାର୍ଗ । ସମାଜରେ ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବ ପ୍ରତିଷ୍ଠାରେ ସହାୟକ ହେଉ ବୋଲି କାମନା କରୁଛି ।
ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ''ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଶ୍ରୀଜଗନ୍ନାଥଙ୍କ ଆସ୍ଥା ଏବଂ ବିଶ୍ୱାସର ଏକ ଅନନ୍ୟ ସଙ୍ଗମ, ଯାହା ଭକ୍ତି, ସଂସ୍କୃତି ଏବଂ ଐତିହ୍ୟକୁ ଏକାଠୀ ସଂରକ୍ଷଣ କରି ଆଗକୁ ବଢିବା ଆମ ମୂଳ ତତ୍ତ୍ୱ ବୋଲି ଦର୍ଶାଏ । ମୁଁ ସମସ୍ତଙ୍କ କଲ୍ୟାଣ ଏବଂ ପ୍ରଗତି ପାଇଁ ମହାପ୍ରଭୁ ଜଗନ୍ନାଥ, ବୀର ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରୁଛି ।''
ଜୟ ଶ୍ରୀଜଗନ୍ନାଥ
— Amit Shah (@AmitShah) June 27, 2025
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆସ୍ଥା ଏବଂ ବିଶ୍ୱାସର ଏକ ଅନନ୍ୟ ସଙ୍ଗମ, ଯାହା ଭକ୍ତି, ସଂସ୍କୃତି ଏବଂ ଐତିହ୍ୟକୁ ଏକାଠି ସଂରକ୍ଷଣ କରି ଆଗକୁ ବଢିବା ଆମ ମୂଳ ତତ୍ତ୍ୱ ବୋଲି ଦର୍ଶାଏ I
ମୁଁ ସମସ୍ତଙ୍କ କଲ୍ୟାଣ ଏବଂ ପ୍ରଗତି ପାଇଁ… pic.twitter.com/Ud1D8OP6aV