ଭୁବନେଶ୍ୱର,୨୭/୦୬: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ମଧ୍ୟରୁ ଗୋଟିଏ । ବ୍ୟାକୁଳ ଭକ୍ତ ମନ । ଅପେକ୍ଷାରେ ରଥ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବ ଦିନାତ୍ମକ ଯାତ୍ରା କରିବେ ବ୍ରହ୍ମାଣ୍ଡପତି । କାଳିଆ ସାଆନ୍ତେଙ୍କ ପାଇଁ ସବୁଠୁ ଉତ୍ସାହ, ଉତ୍କଣ୍ଠା । ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି,  ''ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ  ପ୍ରାର୍ଥନା ।''

ପବିତ୍ର ରଥଯାତ୍ରା ଅବସରର ଶୁଭେଚ୍ଛା ଜଣାଇ ମହାପ୍ରଭୁ କହିଛନ୍ତି, ''ପବିତ୍ର ରଥଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଶ୍ରଦ୍ଧା ଓ ଭକ୍ତିର ଏହି ପବିତ୍ର ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରି ଦେଉ ଏତିକି କାମନା । ଜୟ ଜଗନ୍ନାଥ ।''





ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, କୋଟି ଓଡ଼ିଆଙ୍କ ମଉଣମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ରାଜ୍ୟର ସମସ୍ତ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ରଥାଯାତ୍ରା ଆମ ସମସ୍ତଙ୍କ ପାଇଁ ଆସୀମ ଭକ୍ତି ଓ ଭାବାବେଗର ଉତ୍ସବ । ମହାପ୍ରଭୁଙ୍କ ଆଶୀର୍ବାଦରେ ରାଜ୍ୟର ବିକାଶ ସହିତ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ  ଭରିଉଠୁ । ଏହା ହିଁ ମୋର କାମନା ।ବିଶ୍ୱାସ ଓ ଭକ୍ତିରେ ରଥଯାତ୍ରାରେ ସାମିଲ ହୁଅନ୍ତୁ ।

ଅଧିକ ପଢନ୍ତୁ...ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ବ୍ରହ୍ମାଣ୍ଡପତି, ଉତ୍କଣ୍ଠିତ ରଥ, ପଥ ଓ ଭକ୍ତ

ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ  ହରି ବାବୁ କମ୍ଭମ୍‌ପତି । ସେ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ୱର କୋଣ-ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଜନଙ୍କୁ ଶୁଭେଚ୍ଛା ଜଣାଉଛି । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍‌ଥାନର ମାର୍ଗ । ସମାଜରେ ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବ ପ୍ରତିଷ୍ଠାରେ ସହାୟକ ହେଉ ବୋଲି କାମନା କରୁଛି ।

ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ''ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଶ୍ରୀଜଗନ୍ନାଥଙ୍କ ଆସ୍ଥା ଏବଂ ବିଶ୍ୱାସର ଏକ ଅନନ୍ୟ ସଙ୍ଗମ, ଯାହା ଭକ୍ତି, ସଂସ୍କୃତି ଏବଂ ଐତିହ୍ୟକୁ ଏକାଠୀ ସଂରକ୍ଷଣ କରି ଆଗକୁ ବଢିବା ଆମ ମୂଳ ତତ୍ତ୍ୱ ବୋଲି ଦର୍ଶାଏ । ମୁଁ ସମସ୍ତଙ୍କ କଲ୍ୟାଣ ଏବଂ ପ୍ରଗତି ପାଇଁ ମହାପ୍ରଭୁ ଜଗନ୍ନାଥ, ବୀର ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରୁଛି ।''