ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରଥ ଖଳା ହାଲଚାଲ୍... ତୁମ୍ବରେ ସୂତା ବାଡ଼ିଆ, ଆଜି ବିନ୍ଧ ଅନୁକୂଳ

Published By : Rasmita Pradhan | May 6, 2025 10:00 AM

ପୁରୀ, ୦୬/୦୫ : ତିନି ରଥର ମୋଟ ୪୨ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ସୋମବାର ରଥ ଖଳାରେ ମୁଖ୍ୟତଃ ତୁମ୍ବରେ ସୂତା ବାଡ଼ିଆ ଯାଇଛି । ସୂତା ସାହାଯ୍ୟରେ ମାପଚୁପ ହୋଇ ତୁମ୍ବରେ ଚିହ୍ନ ଦେବା ହେଉଛି ସୂତା ବାଡ଼ିଆ । ତାଳଧ୍ୱଜର ସୂତାର ମହାରଣା ରଘୁନାଥ ସୁବୁଦ୍ଧି କୁହନ୍ତି ସୂତା ସାହାଯ୍ୟରେ ମଟାମ ତଥା ମାପଚୁପ ହୁଏ । ପ୍ରଥମେ ତୁମ୍ବକୁ ଟେକି ରଖି ଓଲମ୍‌ ଦ୍ୱାରା ଦୁଇ ଭାଗ କରିବାକୁ ହୁଏ । ପୁନଃ ତୁମ୍ବକୁ ୧୬ ଭାଗ ମାପରେ ଦାଗ ଦିଆଯାଏ । କୁଆଁର ଓ ବତା ମାପ ସାହାଯ୍ୟରେ ତୁମ୍ବର ଠିକ୍‌ ମଧ୍ୟ ଭାଗରେ ବିନ୍ଧ ପାଇଁ ଚିହ୍ନ ଦିଆଯିବ । 

ମଙ୍ଗଳବାର ତୁମ୍ବରେ ବିନ୍ଧ ଅନୁକୂଳ ହେବ । ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ କରିବେ । ବିନ୍ଧରେ ଅର ଖଞ୍ଜାଯିବ । ସେଥିରେ ପହି ଯୋଡ଼ାଯାଇ ଚକ ତିଆର ହେବ । ଗୋଟିଏ ତୁମ୍ବରେ ୪ଟି ପହି ଲାଗିବ । ସେପଟେ ଦୋଳବେଦିସ୍ଥିତ ୩ଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ତିଆରି କରୁଛନ୍ତି । ପ୍ରତି ରଥ ଚକ ପାଇଁ ୩୨ଟି ଅରକଣ୍ଟା ଆବଶ୍ୟକ ହୋଇଥାଏ । ସୋମବାର ରଥ ନିର୍ମାଣରେ ୮୮ ଜଣ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

ଏହି ଖବରଟିକୁ ପଢନ୍ତୁ-'ସବୁଠି ସବୁ ମନ୍ଦିର ହେଉଛି, ଦୀଘାରେ ହେଲେ କାହିଁକି ବାଧୁଛି ?' ତାତିଗଲେ ଦିଦି...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.