ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରଥଯାତ୍ରା ଆଗରୁ ଗଢ଼ି ପାରିଲେନି ରଥ; ଚାଲି ଚାଲି ଫେରିଲେ ତିନି ଠାକୁର

Published By : Anindita Ratha | July 6, 2025 8:55 AM

ଚନ୍ଦାହାଣ୍ଡି ୦୫/୦୭: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫଟକି ପଞ୍ଚାୟତରେ ଚଳିତବର୍ଷ ରଥଯାତ୍ରା ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି । ଏହି ଅଞ୍ଚଳରେ ଶହେ ବର୍ଷରୁ ଅଧିକ ସମୟ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥଯାତ୍ରା ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଆସୁଥିଲା। କିନ୍ତୁ ଏଥର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସଠିକ୍ ସମୟରେ ରଥ ନିର୍ମାଣ ହୋଇନପାରିବାରୁ ମହାପ୍ରଭୁଙ୍କ ରଥଯାତ୍ରା ବିନା ରଥରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଛି। 

ତେବେ ପ୍ରତିବର୍ଷ ଫଟକି ଗାଁରେ ରଥଯାତ୍ରା ପାଇଁ ଏକ ସୁନ୍ଦର ରଥ ନିର୍ମାଣ କରାଯାଇ ତିନି ଠାକୁରଙ୍କୁ ମାଉସୀ ମା’ ମନ୍ଦିରକୁ ନିଆଯାଇଥାଏ। କିନ୍ତୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠର ଅଭାବ ହେତୁ ରଥ ତିଆରି ହୋଇପାରି ନଥିଲା। ହେଲେ ମହାପ୍ରଭୁଙ୍କ ପ୍ରତି ଥିବା ଅଗାଢ଼ ଭକ୍ତି ଓ ଶ୍ରଦ୍ଧା ଯୋଗୁଁ ଗ୍ରାମବାସୀ ଏକ ନୂଆ ଉପାୟ ବାହାର କରିଥିଲେ। ମହାପ୍ରଭୁଙ୍କ ରଥଯାତ୍ରାକୁ ନଅଟକାଇ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଦିନ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଭକ୍ତମାନେ ବୋହି ମାଉସୀ ମା’ ମନ୍ଦିରକୁ ନେଇଥିଲେ। ଏହି ଦୃଶ୍ୟ ସମସ୍ତଙ୍କ ପାଇଁ ଏକ ଅଲଗା ଅନୁଭବ ଥିଲା।

ସେହିପରି ଗତକାଲି ବାହୁଡ଼ା ଯାତ୍ରାରେ ମଧ୍ୟ ତିନି ଠାକୁର ଭକ୍ତଙ୍କ ଗହଣରେ ଚାଲି ଚାଲି ମନ୍ଦିରକୁ ଫେରିଛନ୍ତି। ଭକ୍ତମାନଙ୍କ ମଧ୍ୟରେ ଥିବା ଏକତା ଓ ଭକ୍ତି ଏହି ଅସୁବିଧାକୁ ମଧ୍ୟ ଅତିକ୍ରମ କରିଥିଲା। ଗାଁର ସମସ୍ତ ଲୋକେ ଏକଜୁଟ ହୋଇ ଏହି ଅନୁଷ୍ଠାନକୁ ସଫଳ କରିଥିଲେ। ଗାଁର କମିଟି ସଭାପତି ଦାମୋଦର ମାଝୀଙ୍କ ସହ କାର୍ତ୍ତିକ ମାଳି, ପବନ ସିଂ ମାଝୀ,ଗଣେଶ ମର୍କାମ, ଦେବିଚନ ମାଝୀ, ସୁଶାନ୍ତ ମାଝୀ ଏବଂ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ରହି ମହାପ୍ରଭୁଙ୍କ ଯାତ୍ରାକୁ ସମ୍ପନ୍ନ କରିଥିଲେ।  ଭକ୍ତମାନେ ମହାପ୍ରଭୁଙ୍କ ପ୍ରତି ଥିବା ନିଷ୍ଠା ଓ ଶ୍ରଦ୍ଧା ଦେଖାଇ ଏକ ନୂଆ ଇତିହାସ ରଚିଛନ୍ତି। ତେବେ ରଥରେ ମହାପ୍ରଭୁଙ୍କୁ ଦେଖିବା ଓ ରଥ ଟାଣିବାର ଆନନ୍ଦ ଗ୍ରାମବାସୀଙ୍କ ପାଇଁ ଏକ ବିଶେଷ ଅନୁଭବ ଥାଏ। କିନ୍ତୁ ଏଥର ରଥ ନ ହେବାରୁ ସେମାନେ ଏହି ଆନନ୍ଦରୁ ବଞ୍ଚିତ ହୋଇଛନ୍ତି। ତଥାପି, ଭକ୍ତମାନେ ନିଜର ଭକ୍ତି ଓ ନିଷ୍ଠା ଦେଖାଇ ମହାପ୍ରଭୁଙ୍କୁ ଗହଣରେ ବୋହି ଯାତ୍ରା ସମ୍ପନ୍ନ କରିଛନ୍ତି।










Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.