ନୂଆପଡ଼ା, ୧୬/୧୧ : ଅଦିନରେ ରଥଯାତ୍ରା। ରଥାରୂଢ ହେଲେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା। ଗୋଟିଏ ରଥରେ ତିନି ଦିଅଁଙ୍କୁ ବସାଇ ରଥ ଟାଣିନେଲେ ଶତାଧିକ ମହିଳା ଓ ପୁରୁଷ। ନୂଆପଡ଼ା ଜିଲ୍ଲା କୋମନା ଥାନା ପାଣ୍ଡେଲବାହାଳୀ ଗାଁରେ ଏଭଳି ଘଟଣା ଘଟିଛି। 

ସୂଚନାନୁଯାୟୀ, କୋନାବିରା ଗ୍ରାମରେ ଦୀର୍ଘ ୨୪ ବର୍ଷ ହେଲା ଗ୍ରାମବାସୀମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବାଲିଯାତ୍ରା କରିବା ସହ ରଥଯାତ୍ରା କରୁଥିଲେ। ଏବେ ସେହି ଗାଁଟି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ବୁଡ଼ି ଯାଇଛି। ଯାହାଫଳରେ କିଛି ପରିବାର ପାଣ୍ଡେଲବାହାଳୀ ଗାଁରେ ବିସ୍ଥାପିତ ହୋଇଛନ୍ତି। ଚଳିତ ବର୍ଷ ମଧ୍ୟ ଗ୍ରାମବାସୀମାନେ ବାଲିଯାତ୍ରା ଅବସରରେ ତିନି ଦିଅଁଙ୍କୁ ରଥାରୂଢ କରି ରଥଯତ୍ରା କରିଛନ୍ତି। ତେବେ ଏହି ଅଦିନିଆ ରଥଯାତ୍ରାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଦୀର୍ଘ ୨୫ ବର୍ଷ ହେଲା ଏହି ବାଲିଯାତ୍ରା କରାଯାଉଥିବା ଆୟୋଜକମାନେ କହିଛନ୍ତି।