ପୁରୀ, ୧୭।୧: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗ । ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କର ସୁନା ଅଳଙ୍କାରକପ ଗଣତିମଣତି କରାଯିବ । ଏସ୍ଓପିକୁ ପରିଚାଳନା କମିଟି ବୈଠକରେ ଅନୁମୋଦନ । ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ପ୍ରକ୍ରିୟା । ଶୁଭ ଦିନ, ବେଳା ଓ ସମୟ ଦେଖି ଗଣତି ମଣତି କରାଯିବ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଦୀର୍ଘ ଦିନ ଧରି ଏହି କାର୍ଯ୍ୟ ଚାଲିବ । ଗଣତି ପାଇଁ ୧୧ ପୃଷ୍ଠାର ଏସ୍ଓପି ପ୍ରସ୍ତୁତ କରାଯାଇଛି । ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।