ମୁମ୍ୱାଇ : ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର-୨’ ଭାରତୀୟ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରି ସାରିଛି। କିଛି ଲୋକ ଏହି ଫିଲ୍ମର ପ୍ରଶଂସା କରୁଥିବା ବେଳେ ଆଉ କିଛି ଏହାକୁ ପ୍ରୋପାଗେଣ୍ଡା ଫିଲ୍ମ କହୁଛନ୍ତି। ଏହି ମଧ୍ୟରେ ସାଂସଦ ତଥା ଅଭିନେତା ରବି କିଶନ ଏହି ଫିଲ୍ମ ବିଷୟରେ କଥା ହୋଇଛନ୍ତି। ରବି କିଶନ କହିଛନ୍ତି, ଏହାକୁ ପ୍ରୋଗାଗେଣ୍ଡା ଫିଲ୍ମ କହିବା ବହୁତ ଭୁଲ ହେବ। ସାଉଥ୍ ଇଣ୍ଡଷ୍ଟ୍ରୀର ଲୋକେ ଖୋଲାଖୋଲି ଏହି ଫିଲ୍ମକୁ ପ୍ରଶଂସା କରୁଛନ୍ତି। ସମସ୍ତଙ୍କ ତାଙ୍କ ଠାରୁ ଶିଖିବା ଉଚିତ୍ ଏବଂ ଏମିତି ହିଁ କରିବା ଉଚିତ୍। ଫିଲ୍ମକୁ ପ୍ରୋପାଗେଣ୍ଡା କହିବାର ଏକ ନୂଆ ଉପାୟ ଆରମ୍ଭ ହୋଇ ଯାଇଛି। ଲୋକେ ଏକ ନୂଆ ‘ କବୁତର’ ଧରି ନେଇଛନ୍ତି।
ରବି କିଶନ ‘ଧୁରନ୍ଧର-୨’ର ତୁଳନା ୧୯୭୫ର ବ୍ଲକବଷ୍ଟର ଫିଲ୍ମ ‘ଶୋଲେ’ ସହ କରିଛନ୍ତି। ସେ କହିଛନ୍ତି , ଲେଖକ ସତ ଘଟଣାକୁ ସିନେମା ଅନ୍ଦାଜରେ ପରଦାରେ ପ୍ରଦର୍ଶିତ କରିଛନ୍ତି। ଆମେ ଏହି କଥାରେ ଖୁସି ହେବା ଉଚିତ୍ ଯେ, ଲୋକେ ଏବେ ଫିଲ୍ମ ହଲ୍କୁ ଯିବାରେ ଭିଡ଼ ଲଗେଇଛନ୍ତି। କାରଣ ଏପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରୀର ସ୍ଥିତି ବହୁତ ଖରାପ ଥିଲା। ଭୋଜପୁରୀ ଇଣ୍ଡଷ୍ଟ୍ରୀର କଥା କହିବା ତ ତାହା ତ ପୂରା ବନ୍ଦ ହୋଇ ଯାଇ ଥିଲା। ଏହା ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ବରଦାନ ସଦୃଶ ଆସିଛି।
ରବି ଆହୁରି କହିଛନ୍ତି ,ଏହା ଜରୁରି ଯେ, ପରଦାରେ ତାହା ଦେଖାଯାଉ ଯାହା ସମାଜରେ ଘଟିଛି ଓ ଘଟୁଛି। ବାସ୍ତବରେ , ଆମେ ରିସର୍ଚ୍ଚ ମାଧ୍ୟମରେ ନିଜର ଇତିହାସକୁ ମଧ୍ୟ ଠିକ୍ କରିବା ଆବଶ୍ୟକ ରହିଛି , ଇତିହାସର ସେହି ପୃଷ୍ଠା ଯାହାକୁ ଚିରି ଦିଆ ଯାଇଥିଲା। ସେହି ସତକୁ ଲୋକଙ୍କ ସାମ୍ନାକୁ ଆଣିବା ଜରୁରି।
ରବି କିଶନ କହିଛନ୍ତି , ମୋତେ ଜଣା ଯେ, କେଉଁଠି ନା କେଉଁଠି କେହି ମୋ ପାଇଁ ଧୁରନ୍ଧର ରୋଲ୍ ଲେଖୁଥିବ।ଦେଖନ୍ତୁ , ଯାହା ଭାଗ୍ୟରେ ଥିବ ,ତାହା ମୋତେ ନିଶ୍ଚୟ ମିଳିବ । ଏହି ଫଲ୍ମ ମୋ ଭାଗ୍ୟରେ ନଥିଲା ତ ମିଳିଲା ନାହିଁ। ଧୁରନ୍ଧର-୨ ପରି ମୁଁ ‘ଗ୍ୟାଙ୍ଗ୍ସ ଅଫ୍ ବାସେପୁର’ରେ ମଧ୍ୟ ନଥିଲି, କିନ୍ତୁ ମୋକେ କୌଣସି ଫୋମୋ ହେଲା ନାହିଁ। କିନ୍ତୁ ମୁଁ ଆଦିତ୍ୟ (ଧର) କିମ୍ୱା ମିଷ୍ଟର ( ସଞ୍ଜୟ ଲୀଳା) ଭନସାଲୀଙ୍କ ସହ କାମ କରିବା ନିଶ୍ଚୟ ପସନ୍ଦ କରିବି।
ଏହା ସହ ମଧ୍ୟ ପଢନ୍ତୁ : ସଚିନ ତେନ୍ଦୁଲକର କଲେ ‘ଧୁରନ୍ଧର’ରେ କାମର ପ୍ରଶଂସା ତ ରାକେଶ ବେଦୀ ଦେଲେ ମଜାଳିଆ ଜବାବ