ନୂଆଦିଲ୍ଲୀ,୦୧/୦୫; ୧୫ ବର୍ଷୀୟ ବ୍ୟାଟିଂ ବିସ୍ଫୋରଣ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ସିଜିନ ୧୯ରେ ବିଧ୍ୱଂସୀ ବ୍ୟାଟିଂ ପାଇଁ ଏକାଧିକ ପୁରସ୍କାର ଜିତିଛନ୍ତି । ସର୍ବାଧିକ ୭୭୬ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ ସହ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଶ୍ରେଷ୍ଠ ଷ୍ଟ୍ରାଇକର, ସର୍ବାଧିକ ଛକା ଓ ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ଖେଳାଳି ବିବେଚିତ ହୋଇଥିଲେ । ଅରେଞ୍ଜ କ୍ୟାପ୍‌ ଜିତିବା ପରେ ପୂର୍ବ କ୍ରିକେଟର ରବି ଶାସ୍ତ୍ରୀ ତାଙ୍କୁ ପଚାରିଥିଲେ ତୁମେ କେତେ କ୍ଷୀର ପିଉଛ ? ମଜାଳିଆ ଢଙ୍ଗରେ ବୈଭବ କହିଥିଲେ ମୁଁ ଆଉ କ୍ଷୀର ପିଉନାହିଁ, ଫିଟନେସ୍ ଜରୁରୀ । ବୈଭବଙ୍କ ଏହି ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରବି ଶାସ୍ତ୍ରୀ ବୈଭବଙ୍କୁ ପଚାରିଥିଲେ, ବୋଲରଙ୍କୁ ଏମିତି ପିଟୁଛି, ଛକା ଏପରି ମାରୁଛ ଯେମିତି ଆଉଟ୍ ଅଫ୍ ଫ୍ୟାସନ ଯାଉଛ ତୁମେ ପ୍ରତିଦିନ କେତେ କ୍ଷୀର ପିଉଛ ? ଏବେ ଏତେ ପୁରସ୍କାର ରଖିବା ପାଇଁ ତୁମେ ଏକ ବଡ଼ ଆଲମାରୀ କିଣିବା ଉଚିତ୍ ।  ବୈଭବ ହସିଥିଲେ ଏବଂ କହିଥିଲେ ସାର୍ ମୁଁ ଏବେ ଆଉ କ୍ଷୀର ପିଉନାହିଁ ।''  ବୈଭବ କହିଛନ୍ତି, ''ସିଜିନରେ ସବୁଠାରୁ ବଡ଼ ଶିକ୍ଷା ହେଉଛି ଚାପରେ ଖେଳିବା ଏବଂ ମ୍ୟାଚ୍ ପରିସ୍ଥିତି ସହିତ ନିଜ ଖେଳକୁ ଖାପ ଖୁଆଇବା । ଯୁବ ରାଜସ୍ଥାନ ରୟାଲ୍ସ ବ୍ୟାଟର ବିଶ୍ୱାସ କରନ୍ତି ଯେ, ପ୍ରତି ମ୍ୟାଚରେ ସମାନ ଭାବେ ବ୍ୟାଟିଂ କରିପାରିବେ ନାହିଁ, ଦଳର ଆବଶ୍ୟକତା ଅନୁଯାୟୀ ନିଜକୁ ଖାପ ଖୁଆଇବା ହେଉଠି ସଫଳତାର ଚାବିକାଠି । ମୁଁ କେବଳ ମୋ ଖେଳ ଉପରେ ବିଶ୍ୱାସ କରେ । ମୁଁ ଯେତେବେଳେ ଅନୁଭବ କରେ ବଲ୍ ମୋ ଜୋନ୍‌ରେ ଅଛି ତେବେ ତାକୁ ମାରିଥାଏ । ପୂର୍ଣ୍ଣ ଶକ୍ତି ସହିତ ସଟ୍ ଖେଳିବାକୁ ଚେଷ୍ଟା କରିଥାଏ । ମୋତେ ମୋ ଫିଟନେସ୍ ଉପେରେ ଅଧିକ ଫୋକସ୍ କରିବାକୁ ପଡ଼ିବ । ଅଧିକ କ୍ରିକେଟ୍ ଖେଳିବାକୁ ପଡିବ । ''

ଏହା ବି ପଢନ୍ତୁ...IPL 2026 Orange Cap: ଟ୍ରଫି ଜିତିଲା ଆରସିବି, ଅରେଞ୍ଜ କ୍ୟାପ୍‌ ସହ ପ୍ରାଇଜ୍‌ ଫୋଛିନେଲେ ବେବି ବେସ୍‌ ବୈଭବ... ଦେଖନ୍ତୁ ପୁରସ୍କାରର ଲମ୍ବା ଲିଷ୍ଟ

ଆଇପିଏଲ ୨୦୨୬ କ୍ୱାଲିଫାୟାର ୨ରୁ ରାଜସ୍ଥାନ ବିଦା ହୋଇଥିଲେ ବି ବୈଭବ ତାଙ୍କ  ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଚଳିତ ସିଜିନରେ ୧୬ ଟି ମ୍ୟାଚରେ ୭୭୬ ରନ କରିଛନ୍ତି । ସେ ଗୋଟିଏ ଶତକ ମାରିଥିଲେ ଏବଂ ଦୁଇଟିରୁ ବଞ୍ଚିତ ହୋଇଥିଲେ । ସେ ଉଭୟ ପ୍ଲେଅଫ୍ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଥିଲେ, ଏଲିମିନେଟରରେ ୯୭ ଏବଂ କ୍ୱାଲିଫାୟର ୨ ରେ ୯୬ ରନ କରିଥିଲେ। ଏହି ସିଜନରେ, ସେ ମୋଟ ୭୨ ଟି ଛକା ମାରି ଇତିହାସ ରଚିଥିଲେ, ଗୋଟିଏ ସିଜନରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି ।