ନୂଆାଦିଲ୍ଲୀ : ବୈଭବ ସୂର୍ଯ୍ୟବଂଶୀ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା। ତାଙ୍କ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା। ଏବେ ବିଜୟ ହଜାରେ ଟ୍ରଫି ଖେଳା ଯାଉଥିବା ବେଳେ ସୂର୍ଯ୍ୟବଂଶୀ ନିଜର ଦମଦାର ପ୍ରର୍ଶନ ଜାରି ରଖିଛନ୍ତି। ଶେଷ ଖବର ସୁଦ୍ଧା ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ଚଳିତ ସିଜିନରେ ଛକା ମାରିବାର ରେକର୍ଡ ରହିଥିଲା। ମାତ୍ର ଏବେ ସୂର୍ଯବଂଶୀଙ୍କୁ ପଛରେ ପକାଇଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ରବି ସିଂହ। ରେଲଓ୍ବେ ପକ୍ଷରୁ ଖେଳୁଥିବା ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏଯାବତ ୧୯ ଛକା ମାରି ଆଗରେ ରହିଛନ୍ତି। ୧୩୮ ରନର ଷ୍ଟ୍ରାଇକ୍ ରେଟରେ ସେ ୩ ମ୍ୟାଚରେ ୨୭୩ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି।

ରବି ସିଂହ ଏବେ ବିଜୟ ହଜାରେ ଟ୍ରଫିରେ ସିକ୍ସର କିଙ୍ଗ ଭାବେ ଜଣାଶୁଣା। ସେ ସର୍ଭିସ୍ ବିପକ୍ଷ ମ୍ୟାଚରେ ୪୬ ବଲରେ ୮୮ ରନର ପାଳି ଖେଳି ଥିଲେ। ଯେଉଁଥିରେ ସେ ୭ଟି ବିଶାଳ ଛକା ମାରିଛନ୍ତି। ସୂର୍ଯ୍ୟବଂଶୀ ଏଯାବତ ୧୬ଟି ଛକା ମାରିଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ତାଙ୍କୁ ଟପି ଯାଇଛନ୍ତି ରବି। ସେ ଲଗାତାର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ହରିୟାଣା ବିପକ୍ଷ ପ୍ରଥମ ମ୍ୟାଚରେ ୮୧ ବଲରୁ ୧୦୯ ରନର ପାଳି ଖେଳି ଥିଲେ। ଏହାପରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୭୦ ବଲରୁ ୭୬ ସଂଗ୍ରହ କରି ଥିଲେ। ତିନୋଟି ମ୍ୟାଚରେ ବିସ୍ଫୋରକ ଖେଳ ଜାରି ରଖିଛନ୍ତି। ତିନୋଟି ଯାକ ମ୍ୟାଚରେ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇପିଏଲରେ ସେ ରାଜସ୍ଥାନ ପକ୍ଷରୁ ଖେଳିବାକୁ ଯାଉଛନ୍ତି। ରାଜସ୍ଥାନ ତାଙ୍କୁ ୯୫ ଲକ୍ଷ ଟଙ୍କାରେ କିଣିଛି।

ଉତ୍ତରପ୍ରଦେଶ ଟି-୨୦ ଲିଗରେ ସେ ଦମଦାର ପ୍ରଦର୍ଶନ କରିଥିଲେ। ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ଚଳିତ ଆଇପିଏଲରେ ସେ ନଜର ଆସି ପାରନ୍ତି। ସୂର୍ଯ୍ୟବଂଶୀଙ୍କ ସହ ଗୋଟିଏ ଟିମରେ ନଜର ଆସିବାକୁ ଯାଉଛନ୍ତି। ୱିକେଟ କିପିଂ ସାଙ୍ଗକୁ ବଡ଼ ବଡ଼ ଛକା ମାରିବାର ଅଭିଜ୍ଞତା ରଖିଥିବା ରବି ଆଇପିଏଲରେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ରହିଛି ନଜର।