ଇସଲାମାବାଦ,୨୮/୦୭: ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଚାଲିଥିବା ଆନ୍ଦୋଳନ ତେଜିଛି । ହଜାର ହଜାର ଆନ୍ଦୋଳନକାରୀ ବର୍ତ୍ତମାନ ମୁଜାଫରାବାଦ ଅଭିମୁଖେ ଆଗକୁ ବଢ଼ୁଛନ୍ତି । ମିଳିତ ଆୱାମୀ ଆକ୍ସନ କମିଟି (ଜେଏଏସି) ଏବଂ ପ୍ରଶାସନ ମଧ୍ୟରେ ହୋଇଥିବା ବୁଝାମଣା ବିଫଳ ହେବା ପରେ ଜୋରଦାର ବିକ୍ଷୋଭ ହୋଇଥିଲା । ଏହାପରେ ପଦଯାତ୍ରା ଆରମ୍ଭ ହୋଇଯାଇଛି । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ରାୱାଲକୋଟରେ ଲୋକମାନେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି । ପାକିସ୍ତାନୀ ସୁରକ୍ଷା ବାହିନୀର ଗୁଳିମାଡ଼ରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ହିଂସାତ୍ମକ ଆକ୍ସନ ନେଇଛି ପାକ୍ ସେନା । ପାକିସ୍ତାନୀ ସେନାର ଅତ୍ୟାଚାରରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ରାୱଲକୋଟରେ ପାକିସ୍ତାନୀ ସୁରକ୍ଷା ବାହିନୀ ପ୍ରଦର୍ଶନକାରୀଙ୍କ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକ୍ ସେନା ଗୁଳି ଚଳାଇବା ପରେ ହିଂସାକାଣ୍ଡ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ପାକିସ୍ତାନୀ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ଗୁଳି ଚଳାଇବା ଅଭିଯୋଗରେ ସ୍ଥାନୀୟ ଲୋକ ରାୱଲକୋଟରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ ଲୋକ । ଫଳରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଜଏଏସି ଦାବି କରିଛି କି,ଗୁଳି ମାଡରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମିଳିତ ଆୱାମୀ କାର୍ଯ୍ୟ କମିଟି ଦ୍ୱାରା ସେୟାର କରାଯାଇଥିବା ଏକ ହାତଲେଖା ତାଲିକାରେ ମୃତକଙ୍କ ନାମ ରହିଛି, ଯେଉଁଥିରେ ଉସମାନ ନାଜିର, କାଶିଫ, ମହମ୍ମଦ ଇବ୍ରାହିମ, ଅର୍ସଲ ଅସଗର, ହନିତ ମହମ୍ମଦ ବଶିର, ୱାସିମ୍ ଅଫଜଲ, ବାସିତ ଶାହ ଏବଂ ସବିର ଖାନ । ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ହିଂସା ପରେ, ପିଓକେର ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ j

ଏଭଳି ଘଟଣା ମଧ୍ୟରେ ଦୁଇଟି ଜିଲ୍ଲାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସ୍ଥଗିତ ରହିଛି । ଅଗଷ୍ଟ ୧୦ ପର୍ଯ୍ୟନ୍ତ ସୁଧନୋଟି ଏବଂ ରାୱଲକୋଟ ନିର୍ବାଚନ ମଣ୍ଡଳୀରେ ଭୋଟିଂକୁ ସ୍ଥଗିତ ରଖିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଜେଏଏସି ପକ୍ଷରୁ କୁହାଯାଇଛି ଯେ, ଗିରଫ ବିକ୍ଷୋଭକାରୀଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ପ୍ରତ୍ୟାହାର ପାଇଁ ପ୍ରଶାସନ ରାଜି ହୋଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରି ଯାଇଛି । ଏହାପରେ ସରକାରଙ୍କୁ ଚରମବାଣୀ ଦିଆଯାଇଥିଲା । ସୋମବାର ଅପରାହ୍ନ ୧ଟା ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦିଆଯାଇଥିଲା । ସରକାର ଦାବି ନ ମାନିବାରୁ ଆନ୍ଦୋଳନ ପୁଣି ତେଜିଛି । ଆଜିକୁ ୫୨ ଦିନ ହେଲା ଆନ୍ଦୋଳନ ଜାରି ରହିଛି । ବିକ୍ଷୋଭକାରୀ ଏବେ ମୁଜାଫରାବାଦ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ଜୁନ୍ ମାସ ଆରମ୍ଭରୁ, ଏଠାରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଉଛି, ଯେଉଁଥିରେ ଧାରଣା, ପ୍ରଦର୍ଶନ, ସାର୍ବଜନୀନ ପରିବହନ, ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ବନ୍ଦ ରହିଛି ।

ଏହା ବି ପଢନ୍ତୁ...Parliament Monsoon Session: ପେପର୍ ଲିକ୍ ନିରୋଧୀ ବିଲ୍କୁ ନେଇ ଆଜି କମ୍ପିବ ଗୃହ, ବିତର୍କ ପରେ ହୋଇପାରେ ଗୃହୀତ