ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହଙ୍ଗା ଇଏମ୍‌ଆଇରୁ ମିଳିବନି ଆଶ୍ବସ୍ଥି; ରେପୋରେଟ ଅପରିବର୍ତ୍ତିତ ରଖିଲେ ରିଜର୍ଭ ବ୍ୟାଙ୍କ

Published By : Soubhagya Ranjan | October 9, 2024 11:22 AM

ନୂଆଦିଲ୍ଲୀ,୦୯/୧୦: ମହଙ୍ଗା ଇଏମ୍‌ଆଇରୁ କୌଣସି ଆସ୍ବସ୍ଥି ନାହିଁ। ଭାରତର ରିଜର୍ଭ ବ୍ୟାଙ୍କ ଏହାର ନୀତିଗତ ହାରକୁ ୬.୫୦ ପ୍ରତିଶତରେ ରଖିଛି। ଆରବିଆଇ ମୁଦ୍ରା ନୀତି କମିଟିର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ମୁଦ୍ରା ନୀତି କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ସଦସ୍ୟ ରେପୋ ହାର ହ୍ରାସ ନକରିବାକୁ ମତ ଦେଇଛନ୍ତି। ଜୁଲାଇ ଏବଂ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଆର୍‌ବିଆଇର ଟଲରେନ୍ସ ବ୍ୟାଣ୍ଡର ୪ ପ୍ରତିଶତ ତଳେ ରହିଥିବା ସତ୍ତ୍ବେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହାଁନ୍ତି।

ଆର୍‌ବିଆଇ ଗଭର୍ଣ୍ଣର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ମୁଦ୍ରାସ୍ଫୀତି ପାଇଁ ସର୍ବଭାରତୀୟ ସ୍ତରରେ ଉତ୍ତେଜନା ଦେଖାଦେଇଛି। ସାମ୍ପ୍ରତିକ ସମୟରେ ବସ୍ତୁ ଏବଂ ଖାଦ୍ୟ ମୂଲ୍ୟରେ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ପାଇଁ ବିପଦ ରହିଛି। ସେ କହିଛନ୍ତି, ଜୁଲାଇ ଏବଂ ଅଗଷ୍ଟରେ ମୂଳ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ଏବଂ ମୂଳ ପ୍ରଭାବ ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ହେବାର ସମ୍ଭାବନା ରହିଛି। ୨୦୨୪-୨୫ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ହେବ ବୋଲି ଆରବିଆଇ ଗଭର୍ଣ୍ଣର ପୂର୍ବାନୁମାନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ମୁଦ୍ରାସ୍ଫୀତି ୪.୧ ପ୍ରତିଶତ, ତୃତୀୟ ତ୍ରୈମାସରେ ୪.୮ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସରେ ୪.୨ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।

ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ବିଶେଷଜ୍ଞ ତଥା ଭଏସ୍ ଅଫ୍ ବ୍ୟାଙ୍କିଙ୍ଗର ପ୍ରତିଷ୍ଠାତା ଅଶ୍ୱିନୀ ରାଣା କହିଛନ୍ତି ଯେ 'ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ, ରିଜର୍ଭ ବ୍ୟାଙ୍କ ୨୦୨୪ରେ କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ମୁଦ୍ରାସ୍ଫୀତି ହାରକୁ ନିୟନ୍ତ୍ରଣରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କର ଉଦ୍ୟମ ଜାରି ରହିଛି, କିନ୍ତୁ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଖାଦ୍ୟ ମୁଦ୍ରାସ୍ଫୀତି ଲକ୍ଷ୍ୟଠାରୁ ଅଧିକ ରହିଛି। ତେଣୁ ରେପୋ ରେଟକୁ ୬.୫୦ ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, ରେପୋ ରେଟ୍ ହ୍ରାସ ପାଇଁ ଅପେକ୍ଷା କରିଥିବା ବ୍ୟାଙ୍କ ଗ୍ରାହକମାନେ ଆରବିଆଇର ଏହି ନିଷ୍ପତ୍ତିରେ ନିରାଶ ହୋଇଛନ୍ତି। ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ହେବା ପରେ ଅନୁଭବ ହେଲା ଯେ ରିଜର୍ଭ ବ୍ୟାଙ୍କ ମଧ୍ୟ ରେପୋ ରେଟ୍‌ରେ ପରିବର୍ତ୍ତନ ଆଣିବ ଏବଂ ପାର୍ବଣ ପୂର୍ବରୁ ମହଙ୍ଗା ଇଏମ୍‌ଆଇ ଦେଉଥିବା ଲୋକଙ୍କୁ ଏକ ଆଶ୍ବସ୍ତିକର ଖବର ଦେବ କିନ୍ତୁ ଏହା ହୋଇପାରିନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.