ନୂଆଦିଲ୍ଲୀ : ବିପି ଅର୍ଥାତ୍ ବ୍ଲଡ୍ ପ୍ରେସରର ସମସ୍ୟା ଆଜିକାଲି ଖୁବ୍ ସାଧାରଣ ହେବାରେ ଲାଗିଛି। ଏହି କାରଣରୁ ଲୋକେ ଅନେକ ସମୟରେ ଘରେ ବିପି ଚେକ୍ କରିବା ମେସିନ ରଖିଥାନ୍ତି , ଯେଉଁଥିରେ ଟାଇମ୍ ଟୁ ଟାଇମ୍ ବିପିକୁ ମନିଟର କରିବା ସହଜ ହୋଇ ଯାଏ। ଘରେ ବିପି ଚେକ୍ କରିବା ସହଜ ନିଶ୍ଚୟ ହୋଇଥାଏ ,ହେଲେ ଅନେକ ସମୟରେ ଲୋକଙ୍କୁ ଏହାକୁ ଠିକରେ ବ୍ୟବହାର ଜାଣି ପାରନ୍ତି ନାହିଁ। ସେ କିଛି ଏମିତି ଭୁଲ୍ କରି ଦିଅନ୍ତି,ଯେଉଁଥିରେ ବିପି ରିଡିଂ ଭୁଲ ଆସେ ଏବଂ ଫାଲତୁରେ ତାଙ୍କୁ ଚିନ୍ତା ଗ୍ରାସ କରେ। କାର୍ଡିଓପଲମୋନରୀ ଥେରେପିଷ୍ଟ ଡାକ୍ତର ରାଜବୀର ସିଂହ ଭାଟି ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏମିତି ହିଁ ୩ଟି ସାଧାରଣ ଭୁଲ୍ ବିଷୟରେ କହିଛନ୍ତି , ଯାହା ବ୍ଲଡ୍ ପ୍ରେସର ଚେକ୍ କରିବା ବେଳେ ଅଧିକାଂଶ ଲୋକ କରି ଥାନ୍ତି ଏବଂ ତାଙ୍କର ରିଡିଂ ସର୍ବଦା ଭୁଲ ଆସେ।

ଡିଜିଟାଲ ବିପି ମେସିନରେ ସବୁଠୁ ଅଧିକ ଏରର ଚାନ୍ସ ଥାଏ –

ଡାକ୍ତର ରାଜବୀର କୁହନ୍ତି , ଆଜିକାଲି ଅଧିକାଂଶ ଲୋକ ଘରେ ବ୍ଲଡ୍ ପ୍ରେସର ଚେକ୍ କରିବା ପାଇଁ ଡିଜିଟାଲ ବିପି ମେସିନର ବ୍ୟବହାର କରିଥାନ୍ତି। ଏହି ବ୍ୟବହାର କରିବାରେ ଖୁବ୍ ସହଜ ଓ ସୁବିଧାଜନକ ତ ହୋଇଥାଏ , କିନ୍ତୁ ସବୁଠୁ ଅଧିକ ଭୁଲର ଚ୍ୟାନ୍ସ ଏଥିରେ ହୋଇଥାଏ। ବିଶେଷକରି ଯଦି ଆପଣଙ୍କୁ ଏହାକୁ ବ୍ୟବହାର କରିବାର ଠିକ୍ ଉପାୟ ଜଣା ନଥାଏ, ତ ଅଧିକ ଚ୍ୟାନ୍, ଥାଏ ରିଡିଂ କେବେ ଠିକ୍ ଆସିବ ନାହିଁ। ଡାକ୍ତର ଏମିତି ହିଁ ୩ଟି କମନ ଭୁଲ୍ ବିଷୟରେ କହିଛନ୍ତି , ଯାହା ଆପଣଙ୍କୁ ଦୂରେଇବା ଉଚିତ୍।

  • ଭୁଲ୍-୧ : କଫକୁ ସଠିକ୍ ଉପାୟରେ ବନ୍ଧା ନଗଲେ –

ସର୍ବ ପ୍ରଥମ ଭୁଲ ଯାହା ଅଧିକାଂଶ ଲୋକ କରନ୍ତି , ତାହା ହେଉଛି ମେସିନର କଫକୁ ହାତରେ ସଠିକ୍ ଭାବେ ନବାନ୍ଧିବା। ଡାକ୍ତର କୁହନ୍ତି , ଆପଣଙ୍କୁ କଫକୁ ଏମିତି ଭାବେ ବାନ୍ଧିବା ଉଚିତ୍ , ଟ୍ୟୁବ୍ ସାମ୍ନା ଆଡ଼କୁ ଅର୍ଥାତ୍ ଫ୍ରଣ୍ଟରେ ରହିବ। ଏହା ବ୍ୟତୀତ ଏହାକୁ ସର୍ବଦା ନିଜର କହୁଣୀ ଠାରୁ ଦୁଇ ତିନି ଆଙ୍ଗୁଳି ଉପର ଆଡ଼କୁ ବାନ୍ଧିବା ଉଚିତ୍। ଏହାସହ ଧ୍ୟାନ ରଖିବ ଯେ, କୌଣସି ବି ପୋଷାକ ସେଠି ଲାଗି ରହିବ ନାହିଁ , କଫର ସିଧା ସଂପର୍କ ଆପଣଙ୍କ ସ୍କିନ୍ ସହ ରହିବା ଉଚିତ୍।

  • ଭୁଲ୍-୨ ସଠିକ୍ ପୋଶ୍ଚରରେ ନବସିଲେ –

ବିପି ଚେକ୍ କରିବା ସମୟରେ ଆପଣଙ୍କ ଶରୀରର ପୋଶ୍ଚର ଖୁବ୍ ଜରୁରୀ। ଡାକ୍ତର ରାଜବୀର କୁହନ୍ତି , ଯେବେ ବି ବିପି ଚେକ୍ କରିବାକୁ ଯିବ , ପ୍ରଥମେ ଶାନ୍ତିରେ ଏକ ଚୌକିରେ ବସି ପଡ଼ନ୍ତୁ ଏବଂ ୫ ମିନିଟ୍ ବିଶ୍ରାମ ନିଅନ୍ତୁ। ଏହା ଏଥିପାଇଁ ଯେ, ଅନେକ ଥର ହଲଚଲ ହେବା ଏବଂ ଅନ୍ୟ ଆକ୍ଟିଭିଟି କାରଣ ବିପି ରିଡିଂ ବଢି ପାରେ। ପୁଣି ଶାନ୍ତିରେ ଗୋଟିଏ ସ୍ଥାନରେ ବସିବା ପରେ ନିଜ ପିଠିକୁ ସପୋର୍ଟ ଦିଅନ୍ତୁ। ନିଜ ହାତକୁ ପୁଣି ବିପି ଚେକ କରନ୍ତୁ। ଯଦି ଆପଣ ଏହି ଜିନିଷ କରୁ ନାହାନ୍ତି ,ତ ବିପିରେ ୫ରୁ ୧୦ ପଏଣ୍ଟର ହ୍ରାସ କିମ୍ୱା ବୃଦ୍ଧି ଦେଖିବାକୁ ମିଳି ପାରେ।

  • ଭୁଲ -୩ : ଡିଜିଟାଲ ମେସିନରେ କେବଳ ଗୋଟିଏ ଥର ବିପି ଚେକ୍ କରିବା

୩ୟ ଭୁଲ୍ ସବୁଠୁ ଅଧିକା ଲୋକ କରନ୍ତି। ତାହା ହେଉଛି , ବିପିକୁ ଡିଜିଟାଲ ମେସିନରେ କେବଳ ଗୋଟିଏ ଥର ମାପିବା। ଡାକ୍ତର କୁହନ୍ତି , ଡିଜିଟାଲ ବିପି ମେସିନ ଖୁବ୍ ଏରର ମଧ୍ୟ ଦେଇଥାଏ , ଏଥିପାଇଁ ଅତି କମରେ ୩ଥର ରିଡିଂ ନେବା ଉଚିତ୍। ବିଶ୍ୱ ସ୍ୱାସ୍ଥ ସଂଗଠନ ଓ ଆମେରିକାନ ହାର୍ଟ ଆସୋସିଏସନ ମଧ୍ୟ ଏହି ପରାମର୍ଶ ଦେଇଛି। ଏହି ତିନୋଟି ରିଡିଂରେ ଅତି କମ୍ରେ ଦେଢରୁ ଦୁଇ ମିନିଟ୍ ର ଗ୍ୟାପ୍ ରହିବା ଉଚିତ୍। ଏଥିରୁ ପ୍ରଥମ ରିଡିଂକୁ ଇଗ୍ନୋର କରନ୍ତୁ , କାରଣ ତାହା ସାଧାରଣତଃ ଅଧିକ ଆସିଥାଏ। ଅନ୍ୟପଟେ ୩ୟ ରିଡିଂର ଆଭରେଜ ବାହାର କରନ୍ତୁ, ତାହା ଆପଣଙ୍କର ସଠିକ୍ ବିପି ହେବ।

ନୋଟ୍ : ଏହି ଲେଖା କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟରେ ଲେଖା ଯାଇଛି। ଏହାକୁ କୌଣସି ପ୍ରକାରର ପେଶାଦାର ମେଡିକାଲ ପରାମର୍ଶର ବିକଳ୍ପ ଭାବନ୍ତୁ ନାହିଁ। କୌଣସି ବି ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ମେଡିକାଲ କଣ୍ଡିସନ ସହ ଜଡ଼ିତ ପ୍ରଶ୍ନ ପାଇଁ ସର୍ବଦା ନିଜ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ଏହି ରିପୋର୍ଟ ସୋସିଆଲ ମିଡିଆରେ ଥିବା ୟୁଜର ଜେନେରେଟେଡ କଣ୍ଟେଣ୍ଟ ଉପରେ ଆଧାରିତ । ପ୍ରମେୟ ଡଟ୍ କମ୍ ଏହି ଦାବିକୁ ସ୍ୱତନ୍ତ୍ର ରୂପେ ସ୍ପଷ୍ଟ କରି ନାହିଁ ।