ନୂଆଦିଲ୍ଲୀ : ଚିନ୍ନାସ୍ବାମୀରେ ବର୍ଷିଲେ RCB ବ୍ୟାଟ୍ସମ୍ୟାନ୍ । ଯିଏ ଆସିଲା ସିଏ ଧୂଲେଇ କଲା । ଘରୋଇ ଷ୍ଟାଡିୟମରେ ୩ ଓ୍ବିକେଟ ହରାଇ RCB ସଂଗ୍ରହ କଲା ୨୫୦ ରନ୍ । ଦଳ ପକ୍ଷରୁ ଟିମ୍ ଡେଭିଡ୍ ବିସ୍ଫୋରକ ୨୫ ବଲରୁ କଲେ ୭୦ ରନ୍ । ଟସ୍ ଜିତି ପ୍ରଥମେ ନିଷ୍ପତ୍ତି ନେଇଥିବା ସିଏସକେ ଆଗରେ ଏକ ବିଶାଳ ସ୍କୋରର ଲକ୍ଷ୍ୟ ରହିଥିବାବେଳେ ଏହାକୁ ପୂରଣ କଲେ ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିପାରିବ ଚେନ୍ନାଇ । ତେବେ ଆଜିର ମ୍ୟାଚରେ ସଞ୍ଜୁଙ୍କ ଉପରେ ଦଳ ଅଧିକ ବିଶ୍ବାସ ଓ ଭରସା ରଖିବ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ସିଏସକେ । RCB କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦଳ ଏକ ଭଲ ଆରମ୍ଭ କରିଥିଲା । ବିରାଟ ଏବଂ ସଲ୍ଟ ଯୋଡ଼ି ଆରମ୍ଭରୁ ସିଏସକେ ବୋଲରଙ୍କ ଉପରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କୋହଲି ୧୮ ବଲରୁ ୨୮ ରନ କରିଥିବାବେଳେ ସଲ୍ଟ ୩୦ ବଲରୁ ୪୬ ରନ୍ କରିଥିଲେ । ପରେ ପାଡିକଲ ୨୯ ବଲରୁ ୫୦ ରନର କରି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ।
ଦଳର ଯେଉଁ ଖେଳାଳି ଆଜି ମଇଦାନକୁ ବ୍ୟାଟିଂ କରିବା ପାଇଁ ଆସୁଥିଲେ ସେମାନେ ସେଟ୍ ହୋଇ ଆସିଥିଲେ । ପରେ ପଟିଦାର ୧୯ ବଲରୁ ୪୮ ରନ୍ କରି ଅପରାଜିତ ରହିଛନ୍ତି । ମାତ୍ର ଟିମ୍ ଡେଭିଡ୍ ୨୫ ବଲରୁ ୭୦ ରନର ବିଶାଳ ପାଳି ଖେଳି ଦଳର ଦଳର ସ୍କୋରକୁ ୨୫୦ ରନରେ ପହଞ୍ଚାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ସେପଟେ ସିଏସେକ ପକ୍ଷରୁ କମ୍ବୁଲ, ଓଭରଟନ ଏବଂ ଶିଭମ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ଦଳର ସମସ୍ତ ବୋଲର ଆଜିର ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଚେନ୍ନାଇ ଏହି ବିଶାଳ ସ୍କୋରକୁ ପୂରଣ କରିବାକୁ ହେଲେ ଆରମ୍ଭରୁ ଆକ୍ରଣାତ୍ମକ ଢ଼ଙ୍ଗରେ ଖେଳିବାକୁ ପଡ଼ିବ ।
ଏହାସହ ପଢ଼ନ୍ତୁ : ପନ୍ତ ବାହିନୀର ପ୍ରଥମ ବିଜୟ, ହାଇଦ୍ରାବାଦକୁ ୫ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ