ନୂଆଦିଲ୍ଲୀ : ପୁଣି ହାରିଲା ଚେନ୍ନାଇ ସୁପରକିଙ୍ଗ୍ସ । CSKକୁ ୪୩ ରନରେ ହରାଇଲା RCB। ସିଏସକେ ଆଗରେ ୨୫୧ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ଦଳ ଅଲଆଉଟ୍ ହୋଇ ୨୦୭ ରନ କରିବାରେ ସକ୍ଷମ ହୋଇଥିଲା । ବିଶାଳ ସ୍କୋରର ପିଛା କରୁଥିବା ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଫ୍ଲପ ହୋଇଥିଲେ । ଆଜିର ମ୍ୟାଚରେ ସଞ୍ଜୁଙ୍କ ଉପରେ ଅଧିକ ବିଶ୍ବାସ ରହିଥିବାବେଳେ ସେ ମାତ୍ର ୯ ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ବର କୁମାର ୩ ଓ୍ବିକେଟ୍ ନେଇଥିବାବେଳେ ଜାକବ ଡଫି ଏବଂ କୃନାଲ ପାଣ୍ଡ୍ୟା, ଅଭିନନ୍ଦନ ସିଂହ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସୂୟସ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।

୨୧୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ନା କରିଥିଲା । ଅଧିନାୟକ ଗାଏକ୍ବାଡ ୭, ଆୟୂଷ ମାହେତ୍ର ୧ ରନ କରିଥିଲେ । ପରେ ସର୍ଫରାଜ ଖାନ ୨୫ ବଲରୁ ୫୦ ରନର ପାଳି ଖେଳିଥିଲେ । ଅନ୍ୟ ଖେଳାଳିଙ୍କ ମଧ୍ୟରେ ପ୍ରଶାନ୍ତ ବୀର ୪୩ ଏବଂ ଓଭରଟନ୍ ୩୭ ରନ୍ କରିଛନ୍ତି । ବାକି କୌଣସି ଖେଳାଳି ବଡ଼ ପାଳି ଖେଳିପାରିନାହାନ୍ତି । ଯାହାକି ଦଳର ପରାଜୟର ବଡ଼ କାରଣ ବୋଲି କହିପାରିବା ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ସିଏସକେ । RCB କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦଳ ଏକ ଭଲ ଆରମ୍ଭ କରିଥିଲା । ବିରାଟ ଏବଂ ସଲ୍ଟ ଯୋଡ଼ି ଆରମ୍ଭରୁ ସିଏସକେ ବୋଲରଙ୍କ ଉପରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କୋହଲି ୧୮ ବଲରୁ ୨୮ ରନ କରିଥିବାବେଳେ ସଲ୍ଟ ୩୦ ବଲରୁ ୪୬ ରନ୍ କରିଥିଲେ । ପରେ ପାଡିକଲ ୨୯ ବଲରୁ ୫୦ ରନର କରି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ।

ଘରୋଇ ଷ୍ଟାଡିୟମରେ ୩ ଓ୍ବିକେଟ ହରାଇ RCB ୨୫୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଟିମ୍ ଡେଭିଡ୍ ବିସ୍ଫୋରକ ୨୫ ବଲରୁ କଲେ ୭୦ ରନ୍ । ଦଳର ଯେଉଁ ଖେଳାଳି ମଇଦାନକୁ ବ୍ୟାଟିଂ କରିବା ପାଇଁ ଆସୁଥିଲେ ସେମାନେ ସେଟ୍ ହୋଇ ଆସିଥିଲେ । ପରେ ପଟିଦାର ୧୯ ବଲରୁ ୪୮ ରନ୍ କରି ଅପରାଜିତ ରହିଛନ୍ତି । ମାତ୍ର ଟିମ୍ ଡେଭିଡ୍ ୨୫ ବଲରୁ ୭୦ ରନର ବିଶାଳ ପାଳି ଖେଳି ଦଳର ଦଳର ସ୍କୋରକୁ ୨୫୦ ରନରେ ପହଞ୍ଚାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ସେପଟେ ସିଏସେକ ପକ୍ଷରୁ କମ୍ବୁଲ, ଓଭରଟନ ଏବଂ ଶିଭମ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ଦଳର ସମସ୍ତ ବୋଲର ଆଜିର ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଚେନ୍ନାଇ ଏହି ବିଶାଳ ସ୍କୋରକୁ ପୂରଣ କରିବାକୁ ହେଲେ ଆରମ୍ଭରୁ ଆକ୍ରଣାତ୍ମକ ଢ଼ଙ୍ଗରେ ଖେଳିବାକୁ ପଡ଼ିବ ।

ଏହାସହ ପଢ଼ନ୍ତୁ : ମ୍ୟାଚ ବିଜୟ ପରେ ଭାବୁକ ହେଲେ, ପନ୍ତଙ୍କୁ କୋଳେଇଲେ : ଭାଇରାଲ ହେଉଛି ଲକ୍ଷ୍ନୌ ମାଲିକଙ୍କ ଭିଡିଓ