ଭୁବନେଶ୍ଵର : ଆଜିକାଲି ବିଭିନ୍ନ ଜିନିଷ କିଣାକିଣି କରିବା ବା ଏଟିଏମ୍ରୁ ଟଙ୍କା ଉଠାଇବା ପରେ ମିଳୁଥିବା ବିଲ୍ରେ ଥିବା କାଳି ପ୍ରତି ସାବଧାନ ରୁହନ୍ତୁ । ବିଲ୍ରେ ବ୍ୟବହାର କରାଯାଉଥିବା କାଳିରେ ବିପିଏ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହାର କ୍ଷତିକାରକ ଗୁଣକୁ ଦୃଷ୍ଟରେ ରଖି ବିଭିନ୍ନ ରସିଦ୍ ବହିରେ ବିପିଏ ପରିବର୍ତ୍ତେ ବିପିଏସ୍ ବ୍ୟବହାର କରାଗଲା । କିନ୍ତୁ ଶସ୍ତା ହେବା କାରଣରୁ ଏହାର ବ୍ୟବହାର ଉପରେ ରୋକ୍ ଲଗାଯାଇନାହିଁ । ତେଣୁ ଏହି କାଳିଠାରୁ ରକ୍ଷା ପାଇବା ପାଇଁ ନିଜେ ସତର୍କ ରଖିବାକୁ ପଡିବ ।
କ'ଣ ରହିଛି ରସାୟନ?
ଅଧିକାଂଶ ଷ୍ଟୋରରେ ମିଳୁଥିବା ରସିଦ୍ ବହିରେ ଥର୍ମଲ୍ କାଗଜ ବ୍ୟବହାର ହୋଇଥାଏ, ଯାହାକୁ ନମ୍ବର ବା ନାମ ବାହାରକୁ ଆସିବା ପାଇଁ ଲ୍ୟୁକୋ ଡାଇ, ବିପିଏ ବା ବିପିଏସ୍ ପରି ରସାୟନ ଏବଂ ଷ୍ଟେବଲାଇଜର୍ର ବ୍ୟବହାର କରାଯାଇଥାଏ । ଅବଶ୍ୟ ଆଜିକାଲି ପ୍ରାୟ କମ୍ପାନୀ ବିପିଏ ପରିବର୍ତ୍ତେ ବିପିଏସ୍ର ବ୍ୟବହାର କରୁଛନ୍ତି । ଟେକ୍ସସ୍ ଖ୍ରୀଷ୍ଟିଆନ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଏହି ସମସ୍ୟା ଉପରେ ନଜର ପକାଇଛନ୍ତି । ଗବେଷଣାରେ ବିପିଏ ପରି କେମିକାଲକୁ କର୍କଟ, ମେଟାବଲିକ୍ ଡିଜଅର୍ଡର, ହୃଦ୍ଘାତ ଓ ଗର୍ଭଧାରଣ ସହ ଯୋଡ଼ି ହୋଇଥିବା ସମସ୍ୟା ବିଷୟରେ କୁହାଯାଇଛି । ସେହିପରି ବିପିଏସ୍ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କୁହାଯାଇଛି। ଯେପରିକି ମୋଟାପଣ, ମେଟାବଲିକ୍ ସମସ୍ୟା, ପ୍ରଜନନ କ୍ଷମତାକୁ କ୍ଷତି, ହର୍ମୋନ୍ ସମ୍ବନ୍ଧୀୟ ସ୍ତନ କର୍କଟ ଆଦିକୁ କ୍ଷତି ପହଞ୍ଚାଏ।
କେମିତି କରିବେ ସୁରକ୍ଷା?
ଡିଜିଟାଲ୍ ପ୍ରିଣ୍ଟ୍କୁ ଗୁରୁତ୍ୱ: ପରିବେଶରେ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ଥର୍ମଲ ପ୍ରିଣ୍ଟ୍ର ବ୍ୟବହାର କମ୍ ହେଉଛି । ହେଲେ ବନ୍ଦ ହୋଇନାହିଁ । ତେଣୁ କିଣାକିଣି ପରେ ପ୍ରିଣ୍ଟ୍ ରସିଦ୍ ଅପେକ୍ଷା ଡିଜିଟାଲ୍ ରସିଦ୍କୁ ଗୁରୁତ୍ୱ ଦେବା ଶିଖନ୍ତୁ ।
ସାନିଟାଇଜର୍ ବ୍ୟବହାର: କେତେକ ଗବେଷଣାରୁ ଜଣାପଡିଛି ଯେ ରସିଦ୍ ଧରିବା ପୂର୍ବରୁ ହାତକୁ ସାନିଟାଇଜ୍ କରିବା ଦ୍ୱାରା ରସାୟନ ୧୦୦ ଗୁଣା ବେଗରେ ଅବଶୋଷଣ ହୋଇଥାଏ।