ନୂଆଦିଲ୍ଲୀ, ୧୩/୦୫ : ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର କିଛି ମାସ ପରେ ମହାରାଷ୍ଟ୍ର ବାରାମତୀରେ ପୁଣି ଏକ ଟ୍ରେନିଂ ବିମାନ କ୍ରାସ୍। ୨ ସିଟ୍ ବିଶିଷ୍ଟ ଟ୍ରେନିଂ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରେଡ୍ ବୋର୍ଡ ଏଭିଏସନ ଏକାଡେମୀର ହୋଇଥିବା ସୂଚନା ମିଳିଛି। ପ୍ଲେନ୍ କ୍ରାସ୍ ର କାରଣ ଅସ୍ପଷ୍ଟ ରହିଛି। କୌଣସି ମୃତାହତ ହୋଇନଥିବା ଖବର ରହିଛି।
ସୂଚନାନୁଯାୟୀ, ମହାରାଷ୍ଟ୍ର ବାରାମତୀରେ ବୁଧବାର ସକାଳ ୮ଟା ୫୦ରେ ରେଡ୍ ବୋର୍ଡ ଏଭିଏସନ ଏକାଡେମୀର ୨ ସିଟ୍ ବିଶିଷ୍ଟ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଉଡାଣ ଭରିବାର କିଛି ମିନିଟ୍ ପରେ ନିକଟ ଗୋଜୁବାବି ଗାଁ ନିକଟରେ କ୍ରାସ୍ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ଲେନଟି ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ତଳେ ପଡି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ତେବେ ଟ୍ରେନିଂ ବିମାନଟି କମ୍ ଉଚ୍ଚତାରେ ଉଡୁଥିବାରୁ କେହି ମୃତାହତ ହୋଇନାହାଁନ୍ତି। ଦୁର୍ଘଟଣା ବେଳେ ପ୍ଲେନରେ ଜଣେ ଟ୍ରେନି ପାଇଲଟ ଥିଲେ। ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାରାମତୀ ବିମାନ ଆଡ୍ଡା ନିର୍ଦ୍ଦେଶକ ଶିବାଜୀ ତାୱରେ ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରେଡବୋର୍ଡ ଏଭିଏସନ ଏକାଡେମୀର ଏକ ଟ୍ରେନିଂ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। କେହି ମୃତାହତ ହୋଇନାହାଁନ୍ତି।..
ଏହି ଖବରଟିକୁ ପଢନ୍ତୁ- ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ; ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କଲେ