ଭୁବନେଶ୍ୱର ୦୫/୦୪: ରିଲାଏନ୍ସ ଡିଜିଟାଲ ପୁଣିଥରେ ନେଇ ଆସିଛି ‘ଡିଜିଟାଲ ଡିସ୍‌କାଉଣ୍ଟ ଡେଜ୍‌’ । ଦେଶର ଏହି ବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌ ଅବସରରେ ପ୍ରମୁଖ ବ୍ୟାଙ୍କ  କାର୍ଡ ଏବଂ ପେପର୍‌ ଫାଇନାନ୍ସ ଉପରେ ୨୫,୦୦୦ ଟଙ୍କା  ପର୍ଯ୍ୟନ୍ତ ରିହାତି ପାଇବେ ଗ୍ରାହକ । ସମସ୍ତ ଇଲେକ୍ଟ୍ରୋନିକ୍ସ  ଉପରେ ଏହି ଅଫର୍‌ ଆରମ୍ଭ ହୋଇଛି । ଏହା ଏପ୍ରିଲ ୨୦ ଯାଏ ସମସ୍ତ ରିଲାଏନ୍ସ ଡିଜିଟାଲ ଓ ମାଇଁ ଜିଓ ଷ୍ଟୋର  ଏବଂ ଅନ୍‌ଲାଇନ୍‌ reliancedigital.in ରେ ଉପଲବ୍ଧ । ସହଜ ଫାଇନାନ୍ସ, ଇଏମ୍‌ଆଇ ବିକଳ୍ପ  ଏବଂ ଦ୍ରୁତ ଡେଲିଭରି ଓ ଇନ୍‌ଷ୍ଟଲେଶନ୍‌ ସହିତ ଏହା ନିଜ ଇଲେକ୍ଟ୍ରୋନିକ୍ସକୁ ଅପ୍‌ଗ୍ରେଡ୍‌ କରିବା ପାଇଁ ସଠିକ ସମୟ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

୨୬,୯୯୦ ଟଙ୍କାରୁ  ୧.୫ ଟନ୍‌ ୩ ଷ୍ଟାର ଏସି ଉପଲବ୍ଧ । ବ୍ୟାପକ ରେଞ୍ଜ ଏୟାର୍‌  କୁଲର୍‌ରେ ଆକର୍ଷଣୀୟ ଅଫର୍‌ ରହିଛି । ୬୧,୯୯୦ ଟଙ୍କାରେ ସାଇଡ୍‌ ବାଏ ସାଇଡ୍‌ ରେଫ୍ରିଜରେଟର ରହିଛି । ଲାପ୍‌ଟପ୍‌ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍‌  ଏବଂ ସର୍ବୋତ୍ତମ ମୂଲ୍ୟରେ ଅତ୍ୟାଧୁନିକ ସ୍ମାର୍ଟଫୋନ୍‌ ରହିଛି । ଟିଭି ଉପରେ ୬୦% ପର୍ଯ୍ୟନ୍ତ ରିହାତି ରହିଛି । ୫୫ ଇଞ୍ଚ  ୪କେ ଗୁଗୁଲ୍‌ ଟିଭି ୨୬,୯୯୦ ଟଙ୍କାରେ ଉପଲବ୍ଧ ।  

ୱାଶର୍‌ ଡ୍ରାୟର ୪୯,୯୯୦ ଟଙ୍କାରୁ ଆରମ୍ଭ ଏବଂ ଏହାସହିତ ୩୦୦୦ ଟଙ୍କାର ଫ୍ରିବିଜ୍‌ ରହିଛି । ୫୩୭ ଟଙ୍କାର ମାସିକ କିସ୍ତିରେ ଗ୍ରାହକ ଆପଲ୍‌ ଏୟାର୍‌ପଡ୍‌ ୪ ପାଇପାରିବେ । ସେହିଭଳି ୩୯୦୮ ଟଙ୍କାର ମାସିକ କିସ୍ତିରେ ଆପଲ୍‌ ୱାଚ୍‌ ସିରିଜ୍‌ ୧୦ ଉପଲବ୍ଧ । ହୋମ୍‌ ଏବଂ କିଚେନ୍‌ ଆପ୍ଲାଏନ୍ସେସ୍‌ ଉପରେ ଅଧିକ କିଣିଲେ ଅଧିକ ସଞ୍ଚୟ ଅଫର ରହିଛି । ଗୋଟିଏ କିଣି ୫%ର ରିହାତି ପାଇବେ ଗ୍ରାହକ । ସେହିଭଳି ଦୁଇଟି କିଣି ୧୦% ଏବଂ ୩ଟି କିଣି ୧୫% ରିହାତି ପାଇପାରିବେ ।