ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମିଡିଆ ଭିଜିବିଲିଟି ମାନ୍ୟତାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ଏକ ନମ୍ବର କମ୍ପାନୀ

Published By : Ladu Kishor | December 1, 2024 10:42 PM

ରାଜସ୍ୱ, ଲାଭ, ବଜାର ମୂଲ୍ୟ ଏବଂ ସାମାଜିକ ପ୍ରଭାବ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦେଶରେ ଆଗରେ ରହିବ ସହିତ ୨୦୨୪ ମସିହାରେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ଏହା ଭାରତର ଅଗ୍ରଣୀ କମ୍ପାନୀ ଭାବେ ସ୍ଥାନପାଇଛି । ୱିଜିକି ହେଉଛି ଏକ ମିଡିଆ ଇଣ୍ଟେଲିଜେନ୍ସ କମ୍ପାନୀ ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ଗଣମାଧ୍ୟମ ଖବରରେ କେଉଁ କମ୍ପାନୀଗୁଡିକ ଅଧିକ ସ୍ଥାନ ପାଇଥାନ୍ତି ତାହା ନିରୂପଣ କରିଥାଏ ।

ୱିଜିକିର ଭିଜିବିଲିଟି ଇଣ୍ଡେକ୍ସ ଅନୁଯାୟୀ ରିଲାଏନ୍ସ କ୍ରମାଗତ ଭାବରେ ହେଡଲାଇନରେ ବା ଖବରର ଶୀର୍ଷରେ ରହିଆସିଛି ଏବଂ ଅନେକ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ଉପଭୋକ୍ତା ସାମଗ୍ରୀ କମ୍ପାନୀକୁ ଏହି ପ୍ରସଙ୍ଗରେ ପଛରେ ଛାଡି ଦେଇଛି । ୨୦୨୪ ରେ ରିଲାଏନ୍ସର ନ୍ୟୁଜ୍‌ ସ୍କୋର ୧୦୦ ମଧ୍ୟରୁ ୯୭.୪୩ ରହିଥିବା ୱିଜିକି ପ୍ରକାଶ କରିଛି । ଏହା ୨୦୨୩ ରେ ୯୬.୪୬, ୨୦୨୨ ରେ ୯୨.୫୬ ଏବଂ ୨୦୨୧ ରେ ୮୪.୯ ଥିଲା ଏବଂ ଏହି ପାଞ୍ଚ ବର୍ଷ ମଧ୍ୟରେ ରିଲାଏନ୍ସ କ୍ରମାଗତ ଭାବରେ ଭାରତରେ ୧ ନମ୍ବର ରହିଛି ।

ଯଦି ଅନ୍ୟ କମ୍ପାନୀଗୁଡିକ ସହିତ ତୁଳନା କରାଯାଏ, ରିଲାଏନ୍ସ ଦେଶର ଅନେକ ବଡ କମ୍ପାନୀମାନଙ୍କଠାରୁ ବହୁତ ଆଗରେ ରହିଛି । ରିଲାଏନ୍ସର ନ୍ୟୁଜ୍‌ ସ୍କୋର ୯୭.୪୩ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସ୍କୋର ୮୯.୩, ଏଚଡ଼ିଏଫସି ବ୍ୟାଙ୍କର ୮୬.୨୪, ପେଟିଏମ ର ମୂଳ କମ୍ପାନୀ ୱାନ୯୭ କମ୍ୟୁନିକେସନ୍ସ ୮୪.୬୩, ଆଇସିଆଇସିଆଇ ବ୍ୟାଙ୍କର ୮୪.୩୩ ଏବଂ ଜୋମାଟୋର ୮୨.୯୪ ରହିଥିଲା ।

ୱିକି ନ୍ୟୁଜ୍‌ ସ୍କୋରରେ ଭାରତୀ ଏୟାରଟେଲ ସପ୍ତମ ସ୍ଥାନରେ ରହିଛି ଏବଂ ଏହା ପରେ ଇନଫୋସିସ୍‌, ଟାଟା ମୋଟର୍ସ, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍‌ (ଟିସିଏସ) ଏବଂ ଆଦାନୀ ଗ୍ରୁପ୍‌ ଚାଳିଶ ତମ ସ୍ଥାନରେ ରହିଛି ।

ୱିଜିକ୍‌ ନ୍ୟୁଜ୍‌ ସ୍କୋର ନିର୍ଣ୍ଣୟ କରିବାବେଳେ, ଖବରର ଶିରୋନାମାରେ କମ୍ପାନୀ କେତେ ସମୟ ରହିଛି, କେତେ ସ୍ଥାନରେ ପ୍ରକାଶିତ ହୋଇଛି ଏବଂ ପ୍ରକାଶିତ ବିଷୟବସ୍ତୁ କେତେ ଲୋକଙ୍କ ପାଖରେ ପହଞ୍ଚୁଛି ତାହା ଦେଖାଯାଇଥାଏ । ସର୍ବାଧିକ ନ୍ୟୁଜ ସ୍କୋର ହେଉଛି ୧୦୦ ଏବଂ ଏହି ଅଧ୍ୟୟନରେ ୪ ଲକ୍ଷ ପ୍ରକାଶନକୁ ଅନ୍ତର୍ଭୁକ୍ତ କରାଯାଇଥିଲା । କୃତ୍ରିମ ଇଣ୍ଟେଲିଜେନ୍ସ, ବିଗ୍‌ ଡାଟା, ମେସିନ୍‌ ଲର୍ନିଂ ଏବଂ ମିଡିଆ ଇଣ୍ଟେଲିଜେନ୍ସ ଜରିଆରେ ଏତେସଂଖ୍ୟକ ପ୍ରକାଶନକୁ ଅନୁଶୀଳନ ଓ ବିଶ୍ଳେଷଣ କରି ଏକ କମ୍ପାନୀର ନ୍ୟୁଜ୍‌ ସ୍କୋର ସ୍ଥିର କରାଯାଇଥାଏ ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.