ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୨୦୨୪ରେ ରିଲାଏନ୍ସ ରିଟେଲ ଖୋଲିଛି ୭୭୯ନୂଆ ଷ୍ଟୋର

Published By : Gurupada Nath | January 17, 2025 9:59 PM

ମୁମ୍ବାଇ, ୧୭/୧ : ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆରଆରଭିଏଲ) ୨୦୨୪ ବର୍ଷରେ ମୋଟ ୭୭୯ ଟି ନୂଆ ଷ୍ଟୋର ଖୋଲିଛି । ଏହାର ଅର୍ଥ ହେଉଛି କମ୍ପାନୀ ଗତ ବର୍ଷରେ ପ୍ରତିଦିନ ୨ ରୁ ଅଧିକ ନୂଆ ଷ୍ଟୋର ଖୋଲିଥିଲା, ଯାହା ଏକ ରେକର୍ଡ ଅଟେ । ସାରା ଦେଶରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ବର୍ତ୍ତମାନ ୧୯,୧୦୨ କୁ ବୃଦ୍ଧି ପାଇଛି । ଯେଉଁଥିରେ ଗତ ବର୍ଷ ୨୯ କୋଟି ୬୦ ଲକ୍ଷ ଗ୍ରାହକ ସପିଂ ପାଇଁ ଆସିଥିଲେ । ଏହି ତଥ୍ୟ ରିଲାଏନ୍ସର ତ୍ରୈମାସିକ ଆର୍ôଥକ ଫଳାଫଳରେ ପ୍ରକାଶ ପାଇଛି ।

ଅକ୍ଟୋବରରୁ ଡିସେମ୍ବର ଯାଏଁ ରହିଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ ୯୦,୩୩୩ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି । ଏହା ଗତ ବର୍ଷ ସମାନ ସମୟ ତୁଳନାରେ ୮.୮ପ୍ରତିଶତ ଅଧିକ ରହିଛି । ତୃତୀୟ ତ୍ରୈମାସିକ ଫଳାଫଳ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ କହିଛନ୍ତି, “ଖୁଚୁରା ବିଭାଗର ସମସ୍ତ ଫର୍ମାଟ୍‌ ମହତ୍ତ୍ୱପୂର୍ଣ୍ଣ ଅବଦାନ ସହିତ ଦୃଢ ପ୍ରଦର୍ଶନ କରିଛି । ରିଲାଏନ୍ସ ରିଟେଲ ଏହାର ବ୍ୟାପକ ସମ୍ପ୍ରସାରଣ ଏବଂ ବିବିଧ ଉତ୍ପାଦ ମାଧ୍ୟମରେ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଉନ୍ନତ କରିବାକୁ କ୍ରମାଗତ ଭାବେ ଚେଷ୍ଟା ଜାରି ରଖିଛି ।

ଏହି ପ୍ରଦର୍ଶନରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକା ଇଶା ଅମ୍ବାନୀ କହିଛନ୍ତି ଯେ ଉତ୍ସବର ସପିଂ ବଳରେ ରିଲାଏନ୍ସ ରିଟେଲ ଏହି ତ୍ରୟମାସରେ ଚମତ୍କାର ପ୍ରଦର୍ଶନ କରିଛି । ସୁଲଭ ମୂଲ୍ୟରେ ବିବିଧ ଏବଂ ଗୁଣାତ୍ମକ ଉତ୍ପାଦ ଉପରେ ଆମର ଧ୍ୟାନ ଗ୍ରାହକଙ୍କୁ ଆମର ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମ ପ୍ରତି ଆକର୍ଷିତ କରିଛି ।”

କମ୍ପାନୀ ପ୍ରତ୍ୟେକ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ବଜାରରେ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିଛି । ଗ୍ରସେରୀ ଓ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ବାର୍ଷିକ ୩୭ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସରେ ବାର୍ଷିକ ୧୨ଧ ଅଭିବୃଦ୍ଧି ହୋଇଛି । ଫ୍ୟାଶନ୍‌ ଏବଂ ଲାଇଫଷ୍ଟାଇଲ ବର୍ଗରେ ଗ୍ୟାପ ଏବଂ ଆଜିଓ ପରି ବ୍ରାଣ୍ଡ ରେକର୍ଡ ବିକ୍ରି ହାସଲ କରିଛନ୍ତି । ଅନ୍ୟପକ୍ଷରେ, ଖେଳନା ବ୍ରାଣ୍ଡ ହାମଲେସ ମଧ୍ୟ ଇଟାଲୀରେ ୩ଟି ନୂଆ ଷ୍ଟୋର ଖୋଲିଛି । କ୍ୟାମ୍ପା ଏବଂ ଇଣ୍ଡିପେଣ୍ଡେନ୍ସ ପରି କମ୍ପାନୀର ନିଜସ୍ୱ ବ୍ରାଣ୍ଡର କାରବାର ମଧ୍ୟ ୨୦୨୫ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.