ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା : ଫରେନସିକ୍ ଲ୍ୟାବ୍‌କୁ ଗଲା ମୃତକଙ୍କ ଅର୍ଗାନ

Published By : Suraj Kumar | November 3, 2024 6:58 PM

ଭୁବନେଶ୍ବର,୩।୧୧ : ରାଜଧାନୀ  ଭୁବନେଶ୍ବରରେ ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ଘଟଣା । ଫୋରେନସିକ ଲ୍ୟାବକୁ ଗଲା ମୃତ ଶୁଭଶ୍ରୀଙ୍କ ଅର୍ଗାନ। ଭିସେରା, କିଡନୀ, ହାର୍ଟ, ରକ୍ତ, ଲିଭର ନମୁନା  ଫୋରେନସିକ ଲ୍ୟାବକୁ ପଠାଯାଇଛି। ରସୁଲଗଡ଼  ସ୍ଥିତ ଫୋରେନସିକ ଲ୍ୟାବରେ ହେବ ଟେଷ୍ଟ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। 

ଲ୍ୟାବରୁ  ଖୁବଶୀଘ୍ର ଆସିବ ରିପୋର୍ଟ। ପ୍ରାଥମିକ ରିପୋର୍ଟ ଆସି ସାରିଛି। ଫାଇନାଲ ଭିସେରା ରିପୋର୍ଟ ଆସିଲେ ହେବ ଆନାଲିସସ୍ । ଓଭରଡୋଜ ଆନେସ୍ଥେସିଆ ସହ କିଛି କେମିକାଲ ମିଶିଥିବା ସନ୍ଦେହ କରାଯାଉଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଶୁଭଶ୍ରୀଙ୍କ ବାପ ଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବିଜେବି ନଗରରେ। ସେ ୨୦୨୦ ମସିହାରେ ପ୍ରଦ୍ୟୁମ୍ନଙ୍କ ସହ ପ୍ରଥମେ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ପରେ ପୁଣି କୋର୍ଟ ମ୍ୟାରେଜ କରିଥିଲେ । ବିବାହ ପରେ ଉଭୟ ଏକାଠି ରହୁଥିଲେ । କିଛି ଦିନ ଭଲରେ ସମୟ କଟିଥିଲା । କିନ୍ତୁ ପରେ ପ୍ରଦ୍ୟୁମ୍ନ, ଶୁଭଶ୍ରୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଅନେକ ସମୟରେ ଶୁଭଶ୍ରୀଙ୍କୁ ମାରଧର କରୁଥିଲେ। ଖାଲି ସେତିକି ନୁହେଁ ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କୁ ଗାଡିରେ ନେଇ ଠେଲି ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ନିର୍ଯାତନା ବଢିବାରୁ ଶୁଭଶ୍ରୀ ସବୁ କଥା ପରିବାର ଲୋକଙ୍କୁ ଜଣାଇଥିଲେ। ୪/୫ ମାସ ହେବ ଆସି ବାପଘରେ ରହୁଥିଲେ। ଗତ ୨୬ ତାରିଖରେ ପ୍ରଦ୍ୟୁମ୍ନ ଶ୍ଵଶୁର ଘରେ ପହଞ୍ଚିଥିଲେ। ଅନୁତାପ କରି ସ୍ତ୍ରୀ ଶୁଭଶ୍ରୀଙ୍କୁ ସାଥୀରେ ନେବାପାଇଁ କହିଥିଲେ। କିନ୍ତୁ ପୂର୍ବରୁ ଶୁଭଶ୍ରୀଙ୍କୁ ବାରମ୍ବାର ମାରିବାକୁ ଉଦ୍ୟମ କରିଥିବାରୁ ପ୍ରଦ୍ୟୁମ୍ନ ସହ ଛାଡିବାକୁ ପରିବାର ଲୋକ ରାଜି ହୋଇନଥିଲେ । ପରେ ବହୁ ବାଧ୍ୟ କରିବାରୁ ଜଣେ ଆଇନଜୀବୀଙ୍କ ନିକଟରେ ଲେଖାପଢା କରି ସାକ୍ଷୀମାନଙ୍କ ଉପସ୍ଥିତିରେ ଝିଅକୁ ଛାଡ଼ିଥିଲେ।

ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କୁ ୨୭ ତାରିଖ ଦିନ ଖୋର୍ଦ୍ଧାରୁ ଆଣି ଭୁବନେଶ୍ୱର କେଶୁରାରେ ରଖିଥିଲେ। ଏହାପରେ ଦୁହେଁ କେଶୁରାରୁ ଆସି ଭରତପୁର କଳିଙ୍ଗନଗରରେ ଆଉ ଏକ ଭଡା ଘରେ ରହିଥିଲେ। ସୋମବାର ଦ୍ଵିପ୍ରହରରେ ଶୁଭଶ୍ରୀଙ୍କ ମାଆ ଝିଅକୁ ଫୋନ୍ କରିବାରୁ ୨ ଜଣ ଯୁବତୀ ଫୋନ୍ ଉଠାଇଥିଲେ। ଶୁଭଶ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ କ୍ୟାପିଟାଲ ହସ୍ପିଟାଲ ଯାଉଛନ୍ତି ବୋଲି କହିଥିଲେ। ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ବେଳକୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। ଫଳରେ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା। ଭରତପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.