ଭୁବନେଶ୍ବର, ୧୩/୨ : ରାଜଧାନୀରେ ଅଗ୍ନିକାଣ୍ଡ । ଭୁବନେଶ୍ବର ଝାରପଡ଼ା ଗଣେଷ ମଣ୍ଡପ ଛକ ନିକଟରେ ନିଆଁ । ନୀଳପଦ୍ମା ଆପାର୍ଟମେଣ୍ଟରେ ଘଟିଟି ଅଗ୍ନିକାଣ୍ଡ । ୪ ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଠ ହୋଇନଥିବାବେଳେ ନିଆଁକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ୧୯ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ, ୨୩ ରନରେ ହରାଇଲା ଜିମ୍ବାଓ୍ବେ