ଭୁବନେଶ୍ୱର,୧/୮ : ମହାନଦୀ ଜଳ ବିବାଦର ସମାଧାନ କର । ଯଦି ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନ ତୀବ୍ର ହେବ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କଂଗ୍ରେସ ତା'ର ସଂଘର୍ଷ ଜାରି ରଖିବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ।
ଶୁକ୍ରବାର ବୁଦ୍ଧ ମନ୍ଦିରରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଲୋଚନା ସଭାରେ ଯୋଗଦେଇ ପିସିସି ସଭାପତି ଭକ୍ତ କହିଛନ୍ତି, ମହାନଦୀ ଜଳ ବିବାଦ ଯୋଗୁଁ ବର୍ଷ ବର୍ଷ ଧରି ଓଡ଼ିଶା କ୍ଷତି ସହି ଆସୁଛି । ପୂର୍ବ ସରକାର ସମୟରେ ଏହି ବିବାଦର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବାବେଳେ ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ ସରକାରରେ ମଧ୍ୟ ଏହି ବିବାଦର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନାହିଁ । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ କଂଗ୍ରେସ ସର୍ବଦା ପ୍ରତିବଦ୍ଧ ବୋଲି ଭକ୍ତ କହିଛନ୍ତି। ଏହି ଆଲୋଚନା ସଭାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ପ୍ରମୁଖ ଯୋଗ ଦେଇଥିଲେ।