ଭୁବନେଶ୍ବର,୧୦।୫ : ଯୁଦ୍ଧ ପରିସ୍ଥିତିକୁ ନେଇ କମିଶନରେଟ ପୋଲିସ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପୋଲିସର ସୁରକ୍ଷା ସମ୍ବନ୍ଧୀୟ ନିର୍ଦେଶାବଳିକୁ ଜନସାଧାରଣ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ବିଶେଷ କରି  ସହରରେ ଡ୍ରୋନ ଉଡ଼ାଇବା ଉପରେ କଟକଣା କରାଯାଇଛି । ଡ୍ରୋନ ଉଡାଉଥିବା ବ୍ୟକ୍ତି ଉପରେ କଡା ଆକ୍ସନ ହେବ ବୋଲି   ପୋଲିସ କମିସନର ସୁରେଶ ଦେବଦତ୍ତ ସିଂକହିଛନ୍ତି।  । 

 ଏହା ସହିତ ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରାଯାଇଛି। ସହରର ବଡ଼ ବଡ଼ ପ୍ରତିଷ୍ଠାନରେ ଏସଟିଜି ଏବଂ ଏସଟିୟୁ ମୁତୟନ ହେବେ।    ସହରର ସୁରକ୍ଷା, ସନ୍ଦିଗ୍ଧ ଗତି ବିଧି   ଉପରେ କଡା  ନଜର ରହିବା ଉପରେ ଗୁରୁତ୍ଵ ଦିଆଯାଇଛି ।  ସବୁ ଥାନା ଅଧିକାରୀ ସତର୍କ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି।ଏହା ବ୍ୟତୀତ ଏନଏସଜି ଟ୍ରେନିଂ ପ୍ରାପ୍ତ କମାଣ୍ଡୋ ସହରର  ସୁରକ୍ଷାରେ ମୁତୟନ ହେବେ ।