ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପ୍ରଧାନ ଶିକ୍ଷକ ଅବସର ନେଲେ, ସାଙ୍ଗରେ ସ୍କୁଲ ଚାବି ନେଇଗଲେ... ବାହାରେ ଘଣ୍ଟାଏ ବସିଲେ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ

Published By : Rasmita Pradhan | July 1, 2025 1:06 PM

ଖଲ୍ଲିକୋଟ, ୦୧/୦୭ : ପ୍ରଧାନ ଶିକ୍ଷକ ଅବସର ନେଲେ, ସାଙ୍ଗରେ ସ୍କୁଲର ଚାବି ନେଇଗଲେ। ବାହାରେ ଘଣ୍ଟାଏ ବସିଲେ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ। ଖବର ପାଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସିଲେ ଓ ଚାବି ନପାଇ ନିଜେ ତାଲା ଭାଙ୍ଗିଲେ। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ତଳ ସାହି ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ, ଖଲ୍ଲିକୋଟ ବ୍ଲକ ପଥରା ତଳ ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାଳଙ୍କ ସୋମବାର ଶେଷ କାର୍ଯ୍ୟ ଦିବସ ଥିଲା। ଗତକାଲି ସେ ଅବସର ନେବା ସହ କାହାକୁ ଦାୟିତ୍ୱ ହସ୍ତାନ୍ତର ନକରି ସ୍କୁଲ ଗେଟ୍‌ରେ ତାଲା ପକାଇ ଚାବି ନେଇ ପଳାଇଥିଲେ। ଆଜି ଦିନ ୧୦ ଟାରେ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟକୁ ଆସି ବାହାରେ ବସିଥିଲେ। ପ୍ରାୟ ଘଣ୍ଟାଏ ବାହାରେ ବସିବା ପରେ ଖବର ପାଇ ଦିନ ୧୧ ଟାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାଳ ସ୍କୁଲରେ ପହଞ୍ଚିଥିଲେ। ତେବେ ଚାବି ନପାଇ ଶେଷରେ ନିଜେ ତାଲାକୁ ଭାଙ୍ଗିଥିଲେ। ଦୀର୍ଘ ଦେଢ଼ ଘଣ୍ଟା ପରେ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ଭିତରେ ପ୍ରବେଶ କରିଥିଲେ। ତେବେ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ ପରେ ଦାୟିତ୍ୱ ହସ୍ତାନ୍ତର ନକରି ସ୍କୁଲ ଚାବି ସାଙ୍ଗରେ ନେଇ ପଳାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.