ନୂଆଦିଲ୍ଲୀ,୦୬/୧୨; ଭାରତୀୟ କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନାଙ୍କର ୨୩ ନଭେମ୍ବର, ୨୦୨୫ରେ ସଂଗୀତକାର ପଲାଶ ମୁଚ୍ଛଲଙ୍କ ସହ ବିବାହ ହେବାର ଥିଲା । ହେଲେ ବିବାହ ସ୍ଥଗିତ ରହିଛି । ଏହା ପରେ ସୋସିଆଲ ମିଡିଆରେ ସ୍ମୃତିଙ୍କର ପ୍ରଥମ ପୋଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି, ସ୍ମୃତିଙ୍କ ହାତରେ ତାଙ୍କ ନିର୍ବନ୍ଧ ମୁଦି ନାହିଁ । ବିବାହ ଟଳିବା ପରେ ଏହା ସୋସିଆଲ ମିଡିଆରେ ସ୍ମୃତି ମନ୍ଧାନାଙ୍କର ପ୍ରଥମ ଭିଡିଓ ଥିଲା, ଯାହା ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ସ୍ମୃତିଙ୍କ ହାତରେ ମୁଦି ନରହିବା ତାଙ୍କ ବିବାହକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି ।
ଅଙ୍ଗୁଳିରେ ନାହିଁ ନିର୍ବନ୍ଧ ମୁଦି- ନୂଆ ବିବାହ ତାରିଖ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ବିବାହ ସ୍ଥଗିତ ହେବା ପରେ ଡିସେମ୍ବର ୫ ତାରିଖରେ ସ୍ମୃତି ତାଙ୍କର ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଏକ ସାକ୍ଷାତକାରରେ ବିଶ୍ୱକପ୍ ବିଜୟୀ ଉପ-ଅଧିନାୟିକା ଫାଇନାଲ ମ୍ୟାଚ୍ ଜିତିବା ପରେ ତାଙ୍କର ଭାବନା ପ୍ରକାଶ କରିଥିଲେ। ତଥାପି, ପ୍ରଶଂସକମାନେ ତାଙ୍କ ଅଙ୍ଗୁଳିରୁ ନିଖୋଜ ହୋଇଥିବା ନିର୍ବନ୍ଧ ମୁଦିକୁ ତୁରନ୍ତ ଲକ୍ଷ୍ୟ କରିଥିଲେ । କିଛି ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଭିଡିଓଟି ନିର୍ବନ୍ଧ ପୂର୍ବରୁ ସୁଟ୍ କରାଯାଇଥିଲା କି ନାହିଁ । ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଥିଲେ, " ସ୍ମୃତି ଉଦାସ ଦୁଃଖୀ ଥିବା ପରି ମନେ ହେଉଛି ? ସେ ହସୁଛନ୍ତି, କିନ୍ତୁ ତାଙ୍କ ସ୍ୱର ଏବଂ ତାଙ୍କ ଆଖିରୁ ଜଣାପଡୁଛି ସେ ଦୁଃଖୀ ଅଛନ୍ତି । ସେ ତାଙ୍କର ନିର୍ବନ୍ଧ ମୁଦି ପିନ୍ଧି ନାହାଁନ୍ତି ।" ଅନ୍ୟ ଜଣେ ଏକ୍ସ ୟୁଜର ଲେଖିଛନ୍ତି ଯେ, ତାଙ୍କ ହାତରେ ମେହେନ୍ଦି ନଥିଲା, ଅର୍ଥାତ୍ ଏହା ତାଙ୍କ ନିର୍ବନ୍ଧ ପୂର୍ବରୁ ସୁଟ୍ କରାଯାଇଥିଲା ।
ବାହାଘରକୁ ନେଇ ସ୍ମୃତିଙ୍କ ଭାଇଙ୍କ ବୟାନ- ସ୍ମୃତି-ପଲାଶଙ୍କ ବିହାଘର ଟଳିବା ପରେ ଏହି ହାଇପ୍ରୋଫାଇଲ ବାହାଘର କେବେ ହେବେ ତାକୁ ସମସ୍ତେ ଚାହିଁ ରହିଛନ୍ତି । କେହି କେହି ବାହାଘର ଭାଙ୍ଗି ଯାଇଥିବା ଅନୁମାନ କରୁଛନ୍ତି । ତେବେ ସୋସିଆଲ ମିଡିଆରେ ଏକ ଖବର ଚର୍ଚ୍ଚାକୁ ଆସୁଛି କି ଡିସେମ୍ବର ୭ରେ ଦୁହିଁଙ୍କର ବାହାଘର ହେବେ । ଏହି ନୂଆ ତାରିଖକୁ ସ୍ମୃତି ମନ୍ଧାନାଙ୍କ ଭାଇ ଶ୍ରବଣ ଖାରଜ କରିଛନ୍ତି । ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଶ୍ରବଣ କହିଛନ୍ତି, ଏହି ଗୁଜବ ନେଇ ମୋ ପାଖରେ କିଛି ସୂଚନା ନାହିଁ । ବାହାଘରର ଏବେ ବି ସ୍ଥଗିତ ଅଛି ।
କାହିଁକି ସ୍ଥଗିତ ବାହାଘର- ସ୍ମୃତି ଏବଂ ପଲାଶଙ୍କ ବାହାଘର ଗତ ନଭେମ୍ବର ୨୩ ତାରିଖରେ ସ୍ମୃତିଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ହେବାକୁ ସ୍ଥିର ହୋଇଥିଲା । ହଳଦୀ, ମେହେନ୍ଦୀ ଏବଂ ସଙ୍ଗୀତ ସେରିମନି ଜୋରସୋର୍ରେ ଚାଲିଥିଲା । କିନ୍ତୁ ସ୍ମୃତି ବାପା ଶ୍ରୀନିବାସ ମନ୍ଧାନାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ବିବାହ ହଠାତ୍ ସ୍ଥଗିତ ରଖାଯାଇଥିଲା। ଏହାର ଗୋଟିଏ ଦିନ ପରେ, ସ୍ମୃତିଙ୍କ ଭାବିସ୍ୱାମୀ ପଲାଶ ମଧ୍ୟ ହସ୍ପିଟାରେ ଭର୍ତ୍ତି ହୋଇଥିଲେ । ଅଚାନକ୍ ବିବାହକୁ ସ୍ଥଗିତକୁ ନେଇ ଅନେକ ଗୁଜବ ଉଠିଥିଲା । ସୋସିଆଲ ମିଡିଆରେ ପଲାଶଙ୍କର ଏକ ଚାଟ୍ ଭାଇରାଲ ହୋଇଥିଲା । କୁହାଯାଉଛି କି ସ୍ମୃତିଙ୍କୁ ପଲାଶ ଧୋକା ଦେଇଛନ୍ତି । ତେଣୁ ବାହାଘରକୁ ଏପରି ଅର୍ନିଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । କେବେ ଦୁହିଁଙ୍କର ବାହାଘର ହେବ ସେ ନେଇ କିଛି ଜଣାପଡିନାହିଁ ।