ନୂଆଦିଲ୍ଲୀ,୨୫/୦୩; ପରମେଶ୍ୱରଙ୍କ ଯୋଜନାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ମିଷ୍ଚର ଫିନିସର ରିଙ୍କୁ ସିଂହଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ଆଗାମୀ ଆଇପିଏଲ ସିଜନ ପାଇଁ ରିଙ୍କୁ ସିଂହ କୋଲକାତା ନାଇଟ ରାଇଡର୍ସ ଦଳର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଗତ ବର୍ଷ ଭଳି ଅଜିଙ୍କ୍ୟ ରାହାଣେ ଏଥର ମଧ୍ୟ ଦଳର ନେତୃତ୍ୱ ନେବେ । 

ଦୀର୍ଘ ଦିନ ପରେ ରିଙ୍କୁ ପରିଶ୍ରମର ମୂଲ୍ୟ ପାଇଛନ୍ତି । ନାଇଟ ରାଇଡର୍ସ ଦଳର ପରିଚାଳନା ନିର୍ଦ୍ଦେଶକ ଭେଙ୍କି ମୈସୂର ରିଙ୍କୁଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିଲେ । ଗତ ସିଜନରେ ଭେଙ୍କଟେଶ ଆୟର ଉପ ଅଧିନାୟକ ରହିଥିଲେ । ମାତ୍ର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏଥର ନାଇଟ୍‌ ରାଇଡର୍ସ ବିଦାୟ ରାସ୍ତା ଦେଖାଇଥିଲା । ମିନି ନିଲାମରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭କୋଟି ଟଙ୍କା ମୂଲ୍ୟରେ ଭେଙ୍କଟେଶଙ୍କୁ କିଣିଥିଲା । ରିଙ୍କୁ ୨୦୧୮ରୁ ନାଇଟ୍‌ ରାଇଡର୍ସ ଦଳର ସଦସ୍ୟ ରହିଛନ୍ତି । 

ଏହା ବି ପଢନ୍ତୁ...ଆଇପିଏଲ ପୂର୍ବରୁ ରିଙ୍କୁ ସିଂହଙ୍କୁ ମିଳିବ ବଡ଼ ଉପହାର, ୟୁପିରେ ହେବେ ବଡ଼ ଅଧିକାରୀ  

ରିଙ୍କୁ ସିଂହଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ, ମାର୍ଚ୍ଚ ୨୯ରେ ଆଇପିଏଲ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ କୋଲକାତା । ଏହି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ରିଙ୍କୁ ସିଂହ ପ୍ରଥମ ମ୍ୟାଚରେ ଏକ ବଡ଼ ଆରମ୍ଭ କରିବା ବୋଲି ଆଶା ରଖିଛନନ୍ତି ଫ୍ୟାନ୍ସ । ରିଙ୍କୁ ବହୁ ଦିନ ଧରି କେକେଆର ଦଳର ଅଂଶ ଅଛନ୍ତି । ୨୦୧୮ରୁ କୋଲକାତା ସହିତ ଅଛନ୍ତି । ୫୯ଟି ଆଇପିଏଲ ମ୍ୟାଚ ଖେଳି ୧୦୯୯ ରନ୍ କରିଛନ୍ତି, ଯେଉଁଥିରେ ୪ଟି ଅର୍ଦ୍ଧଶତକ ରହିଛି । ତାଙ୍କର ହାରାହାରି ୩୦.୫୨ ଏବଂ ଷ୍ଟ୍ରାଇକ୍ ରେଟ୍ ୧୪୫.୧୭ ରହିଛି । ସଦ୍ୟ ସମାପ୍ତ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ଟିମ୍ ଇଣ୍ଡିଆର ସଦସ୍ୟ ଥିରେ ରିଙ୍କୁ ସିଂହ । ନିକଟରେ ତାଙ୍କ ବାପାଙ୍କୁ ହରାଇଥିଲେ । ହେଲେ ଦେଶ ପାଇଁ କର୍ତ୍ତବ୍ୟ ଭୁଲି ନଥିଲେ । ବାପାଙ୍କୁ ହରାଇବା ଦୁଃଖରେ ବି ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇ ବାପାଙ୍କ  ସ୍ୱପ୍ନ ପୂରଣ କରିଥିଲେ ।