ଢେଙ୍କାନାଳ, ୨୨/୦୫ : ଅଂଶୁଘାତରେ RIଙ୍କ ମୃତ୍ୟୁ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲର କାର୍ଯ୍ୟରତ RI ଚୈତନ୍ୟ ଦେହୁରୀଙ୍କ ଅକସ୍ମାତ୍ ମୃତ୍ୟୁ ହୋଇଛି। ଖବର ପାଇ ଭୁବନ ପୁଲିସ ଶବକୁ ଜବତ କରି ତଦନ୍ତ ଚଳାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁ ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସୂଚନାନୁଯାୟୀ, ଚୈତନ୍ୟ ଦେହୁରୀ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପାଲା ମଣ୍ଡପ ନିକଟରେ ଏକ ଭଡା ଘରେ ସ୍ତ୍ରୀ ଓ ସାତ ବର୍ଷର ଝିଅ ସହିତ ରହୁଥିଲେ । ଗୁରୁବାର ସକାଳେ ଶ୍ଵଶୁର ଘର କାମାକ୍ଷାନଗର ଯାଇ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରିବା ପରେ ଭୁବନ ଫେରିଆସିଥିଲେ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଦେହ ଖରାପ ହେବାରୁ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଭୁବନ ପୁଲିସ ଶବକୁ ଜବତ କରି ତଦନ୍ତ ଚଳାଇଛି । ତେବେ କେଉଁ କାରଣରୁ ମୃତ୍ୟୁ ହେଲା ଜଣାପଡିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁ ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଏହି ଖବରଟିକୁ ପଢନ୍ତୁବେଆଇନ୍‌ କ୍ଲିନିକ୍‌ ଓ ବିଉଟି ପାର୍ଲର ପାଇଁ ଲକ୍ଷ୍ମଣରେଖା, ସୌନ୍ଦର୍ଯ୍ୟ ବୃଦ୍ଧି ଓ ବାର୍ଦ୍ଧକ୍ୟ ରୋକୁଥିବା ଇଞ୍ଜେକ୍ସନ୍‌କୁ ନା