ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଆଇପିଏଲ୍‌ ଇତିହାସର ମହଙ୍ଗା ଖେଳାଳି ହେଲେ ଋଷଭ ପନ୍ତ; ୨୭ କୋଟିରେ କିଣିଲା ଲକ୍ଷ୍ନୌ ସୁପରଜିଆଣ୍ଟସ୍‌

ନୂଆଦିଲ୍ଲୀ,୨୪/୧୧: ଆଇପିଏଲ୍‌ ୨୦୨୫ର ମେଗା ନିଲାମର ପ୍ରଥମ ଘଣ୍ଟା ଅତ୍ୟନ୍ତ ରୋମାଞ୍ଚକର ଥିଲା। ପ୍ରାରମ୍ଭରେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଶ୍ରେୟସ୍ ଆୟର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ। ତାଙ୍କୁ ପଞ୍ଜାବ କିଙ୍ଗସ୍ ୨୬.୭୫ କୋଟି ଟଙ୍କାରେ କିଣିଥିଲା, କିନ୍ତୁ କିଛି ସମୟ ମଧ୍ୟରେ ଏହି ରେକର୍ଡ ଭାଙ୍ଗିଛି। ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି। ଲକ୍ଷ୍ମୌ ସୁପର ଜଏଣ୍ଟସ୍ ଋଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣିଛି । ଦିଲ୍ଲୀ କ୍ୟାପିଟାଲ୍ସ ଆରଟିଏମ୍ ଚେଷ୍ଟା କରିକଲା, କିନ୍ତୁ ଲକ୍ଷ୍ନୌ ତୁରନ୍ତ ଏହାର ପରିମାଣ ବୃଦ୍ଧି କରିଥିଲା। ଏହିପରି ଲକ୍ଷ୍ନୌ ଋଷଭ ପନ୍ତଙ୍କୁ ୨୭ କୋଟିରେ କିଣିଛି।

୧୫.୭୫ ରେ ଜୋସ୍‌ ବଟ୍‌ଲର୍‌ଙ୍କୁ କିଣିଲା ଗୁଜରାଟ ଟାଇଟନ୍ସ: 

ଇଂଲଣ୍ଡର ବିସ୍ଫୋରକ ୱିକେଟ୍ କିପର ବ୍ୟାଟର ଜୋସ୍ ବଟଲରଙ୍କୁ କିଣିବା ପାଇଁ ଅନେକ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ତେବେ ଶେଷରେ ଗୁଜୁରାଟ ଟାଇଟାନ୍ସ ଏହି ଷ୍ଟାର ଓପନରର୍ଙ୍କୁ ୧୫.୭୫ କୋଟିରେ କିଣିଛି। ଗତ ସିଜନ୍‌ ପର୍ଯ୍ୟନ୍ତ ବଟଲର ରାଜସ୍ଥାନ ରୟାଲ୍ସ ଦଳରେ ଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟ ଜୋସ୍ ବଟଲର୍‌ଙ୍କୁ କିଣିବା ପାଇଁ ଏକ ବଡ଼ ନିଲାମୀ ଡାକିଥିଲା। ଲକ୍ଷ୍ନୌ ଏବଂ ଗୁଜୁରାଟ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ନିଲାମ ଡାକରା ହୋଇଥିଲା। ତେବେ ଶେଷରେ ଗୁଜୁରାଟ ବଟଲରଙ୍କୁ କିଣିବାରେ ସଫଳ ହୋଇଥିଲା। ଲକ୍ଷ୍ନୌ ଏହି ଖେଳାଳିଙ୍କ ପାଇଁ ୧୫.୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର କରିଥିଲା। କିନ୍ତୁ ଏଥିରୁ ସ୍ପଷ୍ଟ ଜଣାପଡୁଥିଲା ଯେ ଗୁଜୁରାଟ ଟାଇଟାନ୍ସ ଏହି ପ୍ଲେୟାର କିଣିବାକୁ ଯୋଜନା କରିସାରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.