ପ୍ରମୂଖ ଖବର
  • ମୃତ୍ୟୁ ସହ ରାଇଘର ନର୍ସିଂ ଛାତ୍ରୀଙ୍କ ସଂଘର୍ଷ, ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର, ମୁଖ୍ୟ ଅଭିଯୁକ୍ତ ଦଶପଲ୍ଲାରୁ ଗିରଫ
  • ||
  • ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି, ମୌସୁମୀ ଜନିତ ବର୍ଷା ମୃତ୍ୟୁ ସଂଖ୍ୟା ୨୩୪କୁ ବୃଦ୍ଧି, ପଞ୍ଜାବ ପ୍ରଦେଶ ସର୍ବାଧିକ ପ୍ରଭାବିତ
  • ||
  • ବ୍ରିଟେନରେ ପିଏମ୍ ମୋଦି, ଭାରତ-UK ଏଫ୍‌ଟିଏରେ ବାଜିବ ମୋହର, ଦ୍ୱିପାକ୍ଷିକ କାରବାର ୨.୯୭ ଲକ୍ଷ କୋଟି ଛୁଇଁବା ଆଶା
  • ||
  • ଓଡ଼ିଶା ଇତିହାସରେ ପ୍ରଥମ: ଡାର୍କୱେବ୍‌ରେ ୟୁରୋପରୁ ମଗାଇଥିଲା ଡ୍ରଗ୍ସ, ମୈତ୍ରୀବିହାରରୁ ଇଂଜିନିୟରିଂ ଛାତ୍ର ଗିରଫ
  • ||
  • ଚିତାଲାଗି ଅମାବାସ୍ୟା: ଆଜି ଶ୍ରୀବିଗ୍ରହଙ୍କୁ ଲାଗି ହେବ ରତ୍ନଚିତା, ଅପରାହ୍ଣ ସାଢ଼େ ୨ଟାରୁ ଦର୍ଶନ କଟକଣା
  • ||
  • ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଗୁରୁତର ଆଘାତ ହେଲେ ଋଷଭ ପନ୍ତ; ମଇଦାନରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ସ୍ଥାନାନ୍ତର

Published By : Bijay Swain | July 23, 2025 11:56 PM

ମାଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳକୁ ଏକ ବଡ଼ ଆଘାତ ଲାଗିଛି। ଟିମ୍ ଇଣ୍ଡିଆର ଷ୍ଟାର ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତାଙ୍କୁ ମାଇଦାନରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି। ଏହି ଘଟଣା ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଘଟିଛି। ଯେଉଁଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳାଯାଉଛି।

ଘଟଣାଟି ୬୮ତମ ଓଭରରେ ଘଟିଥିଲା, ଯେତେବେଳେ ଋଷଭ ପନ୍ତ ଇଂଲଣ୍ଡର ଫାଷ୍ଟ ବୋଲର କ୍ରିସ ୱୋକ୍ସଙ୍କ ଏକ ଫୁଲର ଡେଲିଭରୀରେ ରିଭର୍ସ ସୁଇପ୍ ଖେଳିବାକୁ ଚେଷ୍ଟା କରୁଥିଲେ। ବଲଟି ତାଙ୍କ ବ୍ୟାଟରେ ସାମାନ୍ୟ ଟିକେ ଲାଗିବା ପରେ ତାଙ୍କ ଡାହାଣ ପାଦରେ ଜୋରରେ ବାଜିଥିଲା। ଏହି ଆଘାତ ଏତେ ଗୁରୁତର ଥିଲା ଯେ ପନ୍ତଙ୍କ ପାଦ ଫୁଲିଯିବା ସହ ହଠାତ୍ ରକ୍ତସ୍ରାବ ହୋଇଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖାଯାଇଥିଲା ଏବଂ ନିଜେ ଠିଆ ହେବାକୁ ମଧ୍ୟ ଅସମର୍ଥ ଥିଲେ। ଫିଜିଓଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମାଇଦାନରୁ ଏକ ମିନି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ନିଆଯାଇଥିଲା।

ପନ୍ତ ୩୭ ରନ୍‌ କରି ଭଲ ଭାବେ ବ୍ୟାଟିଂ କରୁଥିଲେ ଏବଂ ସାଇ ସୁଦର୍ଶନଙ୍କ ସହ ୫୦ରୁ ଅଧିକ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍‌ ତିଆରି କରିଥିଲେ। ସେ ଆଉଟ ହେବା ପରେ ରବିନ୍ଦ୍ର ଜାଡେଜା ତାଙ୍କ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ। ପନ୍ତଙ୍କ ଆଘାତ ଭାରତୀୟ ଦଳ ପାଇଁ ଏକ ଶକ୍ତ ଧକ୍କା ହୋଇଛି। କାରଣ ସେ ଏହି ସିରିଜରେ ୬ ଇନିଂସରେ ୪୨୫ ରନ୍‌ ସହ ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ। ଯେଉଁଥିରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି।

ଏହା ପୂର୍ବରୁ ମଧ୍ୟ ପନ୍ତ ତୃତୀୟ ଟେଷ୍ଟ ମ୍ୟାଚରେ ଉଇକେଟ୍‌ କିପିଂ କରୁଥିବା ସମୟରେ ଆଙ୍ଗୁଠିରେ ଆଘାତ ପାଇଥିଲେ। ଯାହା ଫଳରେ ଧ୍ରୁବ ଜୁରେଲ ତାଙ୍କ ସ୍ଥାନରେ ଉଇକେଟ୍‌ କିପିଂ କରିଥିଲେ। ଏହି ନୂଆ ଆଘାତ ତାଙ୍କ ଏହି ମ୍ୟାଚରେ ଆଉ ଅଂଶଗ୍ରହଣ କରିବା ନେଇ ଅନିଶ୍ଚିତତା ସୃଷ୍ଟି କରିଛି। ଭାରତୀୟ ଦଳ ଏବଂ ପ୍ରଶଂସକମାନେ ଏବେ ପନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମେଡିକାଲ ଅପଡେଟ୍‌ର ଅପେକ୍ଷା କରିଛନ୍ତି। 

ଦିନ ଶେଷରେ ଭାରତ ୮୩ ଓଭର ସୁଦ୍ଧା ୪ ଉଇକେଟ୍‌ ହରାଇ ୨୬୪ ରନ୍‌ ସଂଗ୍ରହ କରିଥିଲା। ଯଶସ୍ୱୀ ଜୟସୱାଲ (୫୮), କେ.ଏଲ୍‌. ରାହୁଲ (୪୬) ଏବଂ ସାଇ ସୁଦର୍ଶନ (୬୧) ଭଲ ପ୍ରଦର୍ଶନ କରିଥିଲେ। ରବିନ୍ଦ୍ର ଜାଡେଜା ଏବଂ ଶାର୍ଦୁଲ ଠାକୁର ୧୯ ରନ୍‌ ସହ ଅପରାଜିତ ରହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.