ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବେତନଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୭ବର୍ଷ ଶିଶୁକନ୍ୟାର ଗୋଡ଼ ଛିଣ୍ଡି ଅଲଗା ହୋଇଗଲା

Published By : Prameya | March 14, 2025 7:31 PM

ବେତନଟୀ, ୧୪/୩ : ୧୮ନଂ ଜାତୀୟରାଜପଥ ବେତନଟୀ ଉପକଣ୍ଠ ତୁଳସୀଚଉରାଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନରେ ଏକ ଦ୍ରୁତଗାମୀ ମୋଟରସାଇକେଲ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵସ୍ଥ ଇଲେକ୍ଟ୍ରିଖୁଣ୍ଟରେ ପିଟି ହୋଇଯାଇଥିଳା । ଫଳ‌ରେ ଜନୈକା ୭ବର୍ଷ ଶିଶୁକନ୍ୟାର ବାମ ଗୋଡ଼ ଛିଣ୍ଡି ଯାଇ ଶରୀରରୁ ଅଲଗା ହୋଇଯାଇଛି । ସେହିଭଳି ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି l 

ସୂଚନା ମୁତାବକ ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ ଉପକଣ୍ଠ କରଞ୍ଜିଆ ଗ୍ରାମର ଯୁବକ ରଜ ସିଂ କାଳିଚରଣ ସିଂ ନାମରେ ପଞ୍ଜିକୃତ ଓଡି -୧୧ଭି -୬୧୮୦ନମ୍ବର ବିଶିଷ୍ଟ ବାଇକ ଯୋଗେ ଗ୍ରାମର ମମତା ସିଂ(୨୫), ତପନୀ ସିଂ(୨୨) ଏବଂ ୮ବର୍ଷର ଶିଶୁକନ୍ୟା ବୈଷ୍ଣବୀ ସିଂଙ୍କୁ ନେଇ ଦ୍ରୁତଗତିରେ ବେତନଟୀ ଅଭିମୁଖେ ଆସୁଥିଲେ l କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵସ୍ଥ ଇଲେକ୍ଟ୍ରିଖୁଣ୍ଟରେ ପିଟି ହୋଇ ଯାଇଥିଲା l ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ି ସାମ୍ନାରେ ବସିଥିବା ବୈଷ୍ଣବୀଙ୍କ ବାମଗୋଡ଼ ଛିଣ୍ଡିଯାଇ ଶରୀରରୁ ଅଲଗା ହୋଇଯାଇଥିଲା l

ଏଥିରେ ଚାଳକ ରଜ ସିଂଙ୍କ ସମେତ ମମତା ଓ ତପନୀ ମଧ୍ୟ ଗୁରୁତର ହୋଇଥିଲେ l ବେତନଟୀ ପୁଲିସ ସ୍ଥାନୀୟ ସମାଜସେବୀ ସୁଜିତ ବେହେରା ଓ ଅନ୍ୟାନ୍ୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଖବରପାଇ ବଡ଼ ସାହି ବିଧାୟକ ସନାତନ ବିଜୁଳି ବେତନଟୀ ଡାକ୍ତରଖାନାରେ ପହଞ୍ଚିଥିଲେ l ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କିଭଳି ୮ବର୍ଷର ଶିଶୁ କନ୍ୟା ବୈଷ୍ଣବୀଙ୍କ ଗୋଡ଼ ସଫଳ ଅସ୍ତ୍ରୋପଚାର ପୂର୍ବକ ଶରୀରରେ ଯୋଡ଼ା ଯାଇ ପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି l ଏପଟେ ଗୁରୁତର ରଜ, ମମତା ଓ ତପନୀଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l ବେତନଟୀ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ନିଜ ହେପାଜତକୁ ନେଇଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.