ନୂଆଦିଲ୍ଲୀ,୨୭/୦୯: ହରିୟାଣାର ଗୁରୁଗ୍ରାମରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭୋର ପ୍ରାୟ ୪ଟାରେ, ୯ ନମ୍ବର ଜାତୀୟ ରାତପଥରେ ଏକ ଏକ ଦ୍ରୁତଗାମୀ ଥାର ଗାଡ଼ି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଥାର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଭାଙ୍ଗି ଗୁଣ୍ଡ ଗୁଣ୍ଡ ହୋଇଛି । ଗାଡ଼ିରେ ଥିବା ୫ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଯୁବକ ଓ ୩ ଜଣ ଯୁବତୀ ଥିବା ସୂଚନା ମିଳିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,'ସକାଳ ପ୍ରାୟ ୪ଟା ସମୟରେ ଦ୍ରୁତଗତିରେ ଥାର୍ ଗାଡିଟି ଦିଲ୍ଲୀରୁ ରୋହତକ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ଏକ ଡିଭାଇଡରରେ ଧକ୍କା ଦେଲା । ଧକ୍କା ଏତେ ଜୋରରେ ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।' ରିପୋର୍ଟ ଅନୁଯାୟୀ, ଗାଡ଼ିରେ ୩ ଜଣ ପୁଅ ଏବଂ ୩ ଜଣ ଝିଅ ଥିଲେ। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକ ଦୁର୍ଘଟଣା ନେଇ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
ଦେଶରେ ପ୍ରତିଦିନ ସଡ଼କ ଦୁର୍ଘଟଣା ଘଟୁଛି । ଏଥିରେ ଅକାଳରେ ଜୀବନ ଚାଲିଯାଉଛି । ତଥାପି ଲୋକମାନେ ଗାଡ଼ି ଚଲାଇବା ସମୟରେ ସାବଧାନତା ଅବଲମ୍ବନ କରୁନାହାନ୍ତି । ସେମାନେ ବୁଝିପାରୁନାହାଁନ୍ତି ଯେ, ସାମାନ୍ୟ ଅବହେଳା କେବଳ ସେମାନଙ୍କ ଜୀବନ ନେଇ ନାହିଁ ବରଂ ପରିବାରର ଖୁସି ଛଡାଇନେବ ।