ତୁରେକେଲା,୧୯/୦୯: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍। ଫଳରେ ଜଣେ ମୃତ ଆଉ ଜଣେ ଗୁରୁତର । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମଲ୍ଲିକଦରୋ ଗାଁରେ ଏହି ଦୁର୍ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ଖଡ଼ିଆଳ ଥାନା ବଡଦେଉଲ ଗାଁର ଯୋଗୀନ୍ଦ୍ର ମାଝି ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଯୋଗେନ୍ଦ୍ର ଖଡ଼ିଆଳ ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ବେଳେ ତୁରେକେଲା ଥାନା ମଲ୍ଲିକଦରୋ ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘର ବୁଲିବାକୁ ଆସିଥିଲେ। ସେଠାରୁ ସେ ନିଜ ଘରକୁ ଫେରୁଥିବା ବେଳେ ତୁରେକେଲା -ମହଖଣ୍ଡ ଗାଁ ମଝି ପୋଲ ନିକଟର ଦୁର୍ଘଟଣା ଘଟିଥିଲା। ଫଳରେ ଯୋଗେଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୁରେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୋଗୀନ୍ଦ୍ର ମାଝିଙ୍କ ମୃତଦେହ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେଠାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ।