ଜହ୍ନାପଙ୍କ, ୨୦/୧୧: ବୌଦ୍ଧ ଜିଲ୍ଲା ତେଲିବନ୍ଧ ବାହାଲ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ। ଫଳରେ ବାଇକ ଆରୋହୀ ମୃତ। ମୃତ ବ୍ୟକ୍ତି ଜଣକ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ଶ୍ରୀନିବାସ ମେହେର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଶ୍ରୀନିବାସ ମେହେର ଜହ୍ନାପଙ୍କ ପଟୁ ବାଇକ ଯୋଗେ ନିଜ ଗାଁକୁ ଫେରୁଥିଲେ । ଆଉ ସେହି ସମୟରେ ତେଲିବନ୍ଧ ବାହାଲ ପୋଲ ନିକଟରେ ଭାରସାମ୍ୟ ହରାଇ ବାମ ପାର୍ଶ୍ୱ ଏକ ଗଛରେ ପିଟି ହୋଇଥିଲେ। ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଜନ୍ହାପଙ୍କ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନା ପଠାଇ ଥିବା ସୂଚନା ମିଳିଛି।