ବୌଦ୍ଧ,୧୧/୦୨: ବୌଦ୍ଧ-ନୟାଗଡ଼ ସୀମାନ୍ତ ବାରିଙ୍ଗି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ ତଳକୁ ଖସିଲା ବସ୍ । ଫଳରେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହୁରି ପଢନ୍ତୁ-ନକ୍ସଲମୁକ୍ତ ଭାରତ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡମ୍ୟାପ୍, ଅନ୍ୟ ରାଜ୍ୟର କ୍ୟାଡରଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ବାନ​​​​​​​

ସୂଚନା ଅନୁଯାୟୀ, ଜେମା ନାମକ ଯାତ୍ରୀବାହୀ ବସ୍ ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିଲା। ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ଫାଣ୍ଡି ଅନ୍ତର୍ଗତ ବାରିଙ୍ଗ ଝିଲିମିଳି ଘାଟି ଚଢିବା ସମୟରେ ହଠାତ୍ ଗାଡିଟି ଘଟି ତଳକୁ ଖସି ଯାଇ ଓଲଟି ପଡ଼ିଥିଲା। ଯାହା ଫଳରେ ଗାଡିଟି ଭାରସାମ୍ୟ ହରାଇ ଘାଟିର ୨୦ ଫୁଟ ତଳକୁ ଖସି ପଡିଛି । ଗାଡିରେ ଥିବା ୩୦ ରୁ ୩୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବାଣୀଗୋଛା ହସ୍ପିଟାଲକୁ ନିଆଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।