ନୂଆଦିଲ୍ଲୀ ୨୫/୦୭: ପ୍ରଭାସଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସ୍ପିରିଟ୍’ରେ ଏଣ୍ଟ୍ରି କରିପାରନ୍ତି କ୍ୟାଟ୍ରିନା କୈଫ । ତାଜା ରିପୋର୍ଟରୁ ଏହା ଜଣାପଡ଼ଛି । ତେବେ ନିର୍ମାତା କିମ୍ବା କ୍ୟାଟ୍ରିନା କେହି ଏ ବିଷୟରେ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ସିନେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଛି ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଫିଲ୍ମରେ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲାଗି କ୍ୟାଟ୍ରିନାଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି, ଯାହା ଫିଲ୍ମର ସବୁଠୁ ବଡ଼ ସର୍‌ପ୍ରାଇଜ ହେବ । ଏହି ଚରିତ୍ର ପରଦାକୁ କମ୍ ସମୟ ପାଇଁ ଆସିବ, କିନ୍ତୁ କାହାଣୀରେ ଏହାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ । ଚର୍ଚ୍ଚା ଯଦି ସତ ହୁଏ, ଏହି ଛୋଟ ଭୂମିକା ଫିଲ୍ମର ସବୁଠୁ ଚର୍ଚ୍ଚାର ବିଷୟ ହେବ ।

ଆହୁରି ପଢ଼ନ୍ତୁ...ଅଭିନେତା ମନୋଜ କୁମାର ଆଉ ଧର୍ମେନ୍ଦ୍ରଙ୍କ ଭିତରେ ବନ୍ଧୁତ୍ବର ନିବିଡତା କେତେ ଜାଣନ୍ତି ? ମନକୁ ଛୁଇଁଯିବ ଏମାନଙ୍କ ସଂଘର୍ଷର କାହାଣୀ…

ଏହା ପୂର୍ବରୁ ‘ସ୍ପିରିଟ୍’ରେ ମୁଖ୍ୟ ନାୟିକା ଭୂମିକା ପାଇଁ ଦୀପିକା ପାଦୁକୋନଙ୍କୁ ସାଇନ୍ କରାଯାଇଥିଲା । ଦୀପିକା ଓ ପ୍ରଭାସ ପୂର୍ବରୁ ‘କଲ୍‌କି ୨୮୯୮ ଏଡି’ରେ ଏକାଠି କାମ କରିଥିଲେ । କିନ୍ତୁ ଫିଲ୍ମରୁ ଦୀପିକା ଓହରିଯିବା ପରଠୁ ତାଙ୍କ ସ୍ଥାନରେ କାହାକୁ କାଷ୍ଟ କରାଯିବ, ସେ ନେଇ ଚର୍ଚ୍ଚା ଚାଲିଛି । କ୍ୟାଟ୍ରିନା ଯଦି ଫିଲ୍ମରେ ସାମିଲ ହୁଅନ୍ତି, ଏହା ଜରିଆରେ ପ୍ରାୟ ୨ ଦଶନ୍ଧି ପରେ ସେ ତେଲୁଗୁ ସିନେମାକୁ ଫେରିବେ । ଭେଙ୍କଟେଶଙ୍କ ସହ ‘ମଲ୍ଲିଶ୍ୱରୀ’ ଓ ନନ୍ଦମୁରୀ ବାଲାକ୍ରୀଷ୍ଣଙ୍କ ସହ ‘ଅଲ୍ଲାରି ପିଡୁଗୁ’ରେ ତାଙ୍କୁ ତେଲୁଗୁ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଥିଲା । ଭିକି କୌଶଲଙ୍କୁ ବିବାହ କରିବା ପରଠୁ କ୍ୟାଟ୍ରିନା ସିନେ ଇଣ୍ଡଷ୍ଟ୍ରିଠୁ ଦୂରରେ ରହିଛନ୍ତି ।