ନୂଆଦିଲ୍ଲୀ ୨୫/୦୭: ୨୦୨୩ ମସିହାରେ ରିଲିଜ୍ କରିଥିବା ‘ଆଦିପୁରୁଷ’ରେ ‘ରାମାୟଣ’ ମହାକାବ୍ୟକୁ ବଡ଼ ପରଦାରେ ଜୀବନ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ତଥାପି, ଦର୍ଶକ ଫିଲ୍ମର ଆଧୁନିକ ପୁନଃକଳ୍ପନାକୁ ପସନ୍ଦ କରିନଥିଲେ। ଡାଏଲଗ୍ ଏବଂ ସିନଗୁଡ଼ିକୁ ଯଥେଷ୍ଟ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ ଫିଲ୍ମ ଲେଖକ ମନୋଜ ମୁନ୍ତାଶିର ଏହାକୁ ନେଇ ନିଜର ମତ ରଖିଛନ୍ତି।

‘ଆଦିପୁରୁଷ’ ରିଲିଜ୍ ପୂର୍ବରୁ ହିଁ ଦର୍ଶକଙ୍କ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିଲା। ‘ଏକ ସାକ୍ଷାତକାରରେ ଲେଖକ ମନୋଜ ମୁନ୍ତାଶିର କହିଛନ୍ତି, " ‘ଆଦିପୁରୁଷ’ ରିଲିଜ୍ ହେବାର ୬ମାସ ପୂର୍ବରୁ ଲୋକମାନେ ନିର୍ମାତାଙ୍କୁ ପ୍ରଶ୍ନ କରିବା ଏବଂ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ। ଏପରିକି ମୋ ସ୍ତ୍ରୀ ମଧ୍ୟ ଭୟ କରୁଥିଲେ ଯେ ନିର୍ମାତାଙ୍କୁ ସମର୍ଥନ କରି ମୁଁ ମଧ୍ୟ ଏହି ପ୍ରତିକ୍ରିୟାର ମୁହଁ ହୋଇଯିବି।"

ଆହୁରି ପଢ଼ନ୍ତୁ...Nitesh Tiwari Ramayan: ନୀତେଶ ତିୱାରୀଙ୍କ 'ସୀତା'କୁ ନେଇ ଖୁସି ନାହାଁନ୍ତି ଦୀପିକା, ସାଇ ପଲ୍ଲବୀଙ୍କୁ ଏମିତି କିଛି କହିଲେ ଅଭିନେତ୍ରୀ

ମୁନ୍ତାଶିର ଆହୁରି କହିଛନ୍ତି, "ପ୍ରାରମ୍ଭରେ, ମୁଁ ବହୁତ ହତାଶ ହୋଇଥିଲି। ଏହାକୁ ବୁଝିବାକୁ ପାଇଁ ମୋତେ ଦୁଇ ଦିନ ଲାଗିଥିଲା। ସେହି ଫିଲ୍ମଟି ମୋ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା, ଏବଂ ଏହାକୁ ରକ୍ଷା କରିବା ଆହୁରି ବଡ଼ ଭୁଲ ଥିଲା। ଫିଲ୍ମ ସହିତ ଯାହା ଘଟିଥିଲା ସେଥିପାଇଁ ମୁଁ ଗଭୀର ଲଜ୍ଜିତ ଅନୁଭବ କରୁଛି, ଏବଂ ମୁଁ ଏଥିପାଇଁ ଦେଶକୁ କ୍ଷମା ମାଗୁଛି। ଏବେ ପଛକୁ ଫେରି ଚାହିଁଲେ, ମୁଁ ଲଜ୍ଜିତ ଅନୁଭବ କରୁଛି ଯେ ମୁଁ ସେହି ଧାଡିଗୁଡ଼ିକ ଲେଖିଥିଲି। ମୁଁ ଜାଣିନାହିଁ ମୁଁ ସେଗୁଡ଼ିକୁ ଲେଖିବା ସମୟରେ କ'ଣ ଭାବୁଥିଲି।"

 

ତେବେ ‘ଆଦିପୁରୁଷ’ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏକ ବଡ଼ ବଜେଟ୍ ଫିଲ୍ମ ଥିଲା। ଏଥିରେ ପ୍ରଭାସ, କୃତି ସାନନ୍, ସୈଫ୍ ଅଲ୍ଲୀ ଖାନ, ସନି ଦେଓଲ ଏବଂ ଦେବଦତ୍ତ ନାଗେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ପ୍ରାୟ ୬୦୦ କୋଟି ବଜେଟ୍ ରେ ନିର୍ମିତ ଏହି ଫିଲ୍ମଟି କାହାଣୀର ଆଧୁନିକ ବ୍ୟାଖ୍ୟା ଯୋଗୁଁ ଦର୍ଶକଙ୍କ କଡ଼ା ବିରୋଧର ସମ୍ମୁଖୀନ ହୋଇଥିଲା। ଏହାର ବିଶ୍ୱବ୍ୟାପୀ ବକ୍ସ ଅଫିସ୍ ସଂଗ୍ରହ ପ୍ରାୟ ୩୯୦ କୋଟି ଥିଲା।