ଜହ୍ନ।ପଙ୍କ,୯/୨: ଭାରସାମ୍ୟ ହରାଇ ଓଲଟିଲା ଟମାଟୋ ବୋଝେଇ ପିକ୍ ଅପ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ଆଉ ଜଣେ ଯାତ୍ରୀ। ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ନଂ ୫୭ର ଖୁଣ୍ଟବନ୍ଧ ଗଦବସା ପଡିଆ ନିକଟରେ ଏହି ଦୁର୍ଘଟଣା ହୋଇଛି।
ଆହୁରି ପଢନ୍ତୁ-ଡାକ୍ତରୀ ନାମଲେଖା ପାଇଁ ଆବେଦନ ଆରମ୍ଭ, ମେ ୩ରେ ନିଟ୍-ୟୁଜି, ଓଡ଼ିଆ ସମେତ ୧୩ ଭାଷାରେ ପରୀକ୍ଷା
ନୂତନ ଭାବେ ନିର୍ମାଣ ଉପଶ୍ଵ।ସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆଜି ଭୋର ୫ ଟା ବେଳେ ଏକ ଟମାଟୋ ବୋଝେଇ ପିକ୍ ଅପ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବରଗଡ଼ରୁ ଟମାଟୋ ବୋଝେଇ କରି କଟକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଡ୍ରାଇଭର ସମେତ ଆଉ ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଜହ୍ନ।ପଙ୍କ ପୁଲିସ୍ ଘଟଣାର ତଦନ୍ତ କରୁଛି।