ଥୁଆମୂଳ ରାମପୁର,୦୨/୦୯: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡଛତ୍ରଙ୍ଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ। ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ମୃତ ବ୍ୟକ୍ତି ଜଣକ  ବଳରାମ  ଝଡ଼ିଆ ବୋଲି ଜଣାପଡ଼ିଛି। 

ସୂଚନା ମୁତାବକ, ଅଡ୍ରିଗାଁ ଗୁଞ୍ଜମାଳି ପଡାର ବଳରାମ ନିଜ ଗାଁକୁ ଯାଉଥିବା ବେଳେ ବଡ଼ଛତ୍ରଙ୍ଗ ନିକଟ ଏକ ବୁଲାଣିଠାରେ ଭାରସାମ୍ୟ ହରାଇ ବାଇକରୁ ତଳେ ପଡିଯାଇଥିଲେ । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ  ମୃତ୍ୟୁ ହୋଇଥିଲା। ଏନେଇ  ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଛି। ତେବେ ଆସନ୍ତା କାଲି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।