ବେଲବାହାଳି,୧୩/୫: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ ନମ୍ବର ଜାତୀୟ ରାଜପଥ ନୂଆଗାଁ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ଗୋଟିଏ ପରିବାରର ୪ ସଦସ୍ୟ ସମେତ ଜଣେ ବାଇକ ଆରୋହୀ ଗୁରୁତର ଆହାତ। ସମସ୍ତ ଆହତଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଆହାତ ହୋଇଥିବା ବୃଦ୍ଧଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ଜଣାପଡିଛି।
ସୂଚନା ମୁତାବକ, ସ୍ଥାନୀୟ ଜେନାପଦା ଗ୍ରାମର ରମେଶ ତ୍ରୀପାଠୀ ବସ ଯୋଗେ ପରିବାର ସହ ଘଟଗାଁ ତାରିଣୀ ଦର୍ଶନ ସାରି ଘରକୁ ଫେରୁଥିଲେ। ସେହି ସମୟରେ ନୂଆଗାଁ ଛକରେ ବସରୁ ଓହ୍ଲାଇ ରାସ୍ତା ପାର ହେବା ସମୟରେ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଏହି ଦୁର୍ଘଟଣାରେ ସମସ୍ତେ ଗୁରୁତର ଭାବେ ଆହାତ ହୋଇଥିଲେ । ତେବେ ବାଇକ ଆରୋହୀ ଜଣକ ସ୍ଥାନୀୟ ବଡପଦନା ଗ୍ରାମର ସୁଷଣ ସାହୁ ହୋଇଥିବା ବେଳେ ଅନ୍ଯ ୪ ଜଣ ଯେନାପଦା ଗ୍ରାମର ରମେଶ ତ୍ରୀପାଠୀ ଏବଂ ତାଙ୍କ ପରିବାର ସଦସ୍ଯ ବୋଲି ଜଣାପଡିଛି।