ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ

Published By : Gurupada Nath | August 13, 2025 4:55 PM

ଉମରକୋଟ,୧୩/୮ :  ମୃତ ଦାଦନ ଶ୍ରମିକଙ୍କ ପରିବାରକୁ କ୍ଷତି ପୂରଣ ବାବଦରେ ପ୍ରତ୍ୟକ ପରିବାରକୁ ୨୦ଲକ୍ଷ ଟଙ୍କା ଦେବାକୁ ଦାବି କରି ୩୯ନମ୍ବର ରାଜ୍ୟ ରାଜପଥ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଉମରକୋଟଠାରୁ ନବରଙ୍ଗପୁର ଯିବା ରାସ୍ତାର ବକଡାବେଡାଠାରେ ଶବ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉମରକୋଟଠାରୁ ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଅଟକି ଯାଇଥିଲା। 

ଘଟଣା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ ବକଡାବେଡା ଗ୍ରାମର କିଛି ଲୋକ ୧୨ଦିନ ତଳେ ତେଲେଙ୍ଗାନା ରାଜ୍ୟର କେଶରା ଥାନା ଅଧୀନ ସିକନ୍ଦର ଖମାମ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ରାସ୍ତାରେ କାମ କରୁଥିବା ସମୟରେ ଏକ ଗାଡ଼ି ଧକ୍କାରେ ୩ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃଚକ ତିନି ଜଣ ହେଲେ ଉମରକୋଟ ଥାନା ଅଧିନସ୍ଥ ବକଡା ବେଡା ଗ୍ରାମର ଜୟରାମ ଭତରା(୫୬), ନାରାୟଣ ଭତରା(୨୦) ଓ ଚେତମନ ଭତରା (୨୧)। ସୋମବାର ଅପରାହ୍ନ ୨.୩୦ମିନିଟ୍ ସମୟରେ ଜୟରାମ, ନାରାୟଣ ଓ ଚେତମନ ଏମାନେ ତିନି ଜଣ ରାସ୍ତା ଉପରେ କାମ କରୁଥିବା ସମୟରେ ପଛ ପଟୁ ଏକ ଟାଟ ଏସି ଗାଡି ଦୃତ ଗତିରେ ଆସି ଏମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଏହି ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ଗ୍ରାମରେ ଶବ ପହଞ୍ଚିବା ପରେ  ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.