ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବଡ଼ଦାଣ୍ଡରେ ବାଇକ ଚଳାଇ ଉତ୍ପାତ କରୁଥିଲେ ମାତାଲ ଯୁବକ, ରୋମିଓକୁ ଗୋଡ଼ାଇ ଗୋଡାଇ ଧରିଲା ପୁଲିସ...

Published By : Prameya | November 5, 2024 10:44 AM

ପୁରୀ, ୦୫/୧୧: ବଡ଼ଦାଣ୍ଡର ଗହଳି ଭିତରେ ଘଣ୍ଟା ପ୍ରତି ବାଇକ୍‌ର ବେଗ ଥିଲା ସତୁରିରୁ ଅଶି । କେତେବେଳେ ବାଇକଟି ବାମ ପାର୍ଶ୍ୱକୁ ଝୁଲି ପଡ଼ୁଥିଲା ତ ଆଉ କେତେବେଳେ ଡାହାଣକୁ ଝୁଲି ବିକଟାଳ ଶବ୍ଦ ଛାଡ଼ୁଥିଲା । ଜଣେ ଚଳାଉଥିଲା ।  ଆଉ ଜଣେ ବାଇକ୍‌ର ପଛରେ ବସି ଥିଲା ଆଉ ଜଣେ । ବଡ଼ଦାଣ୍ଡରେ ଲୋକେ କିଲ୍‌ବିଲ୍‌  ହୋଇ ଦ୍ରୁତଗାମୀ ବାଇକକୁ ସାଇଡ୍‌ ଦେଉଥିଲେ । ଦୁଇ ରୋମିଓଙ୍କୁ ଦୀର୍ଘ ୧ କିମି ଗୋଡ଼ାଇବା ପରେ ଦୁହିଁଙ୍କୁ କାବୁ  କଲେ କୁମ୍ଭାରପଡ଼ା ଥାନା ଏଏସ୍‌ଆଇ ଜୟକୃଷ୍ଣ ମାଳି ।  

ସୂଚନା ଅନୁସାରେ ଶନିବାର ରାତିରେ ବାଇକ୍‌(ଓଡି୧୩ୟୁ-୫୭୧୬) ଯୋଗେ ଦୁଇ ଯୁବକ ଶ୍ରୀମନ୍ଦିର ପାର୍ଶ୍ୱରୁ  ଗୁଣ୍ଡିଚା ମନ୍ଦିର ଆଡ଼କୁ ଦ୍ରୁତ ଗତିରେ ଆସୁଥିଲେ । ମାର୍କେଟ୍‌ ଛକଠାରେ ଛିଡ଼ା ହୋଇଥିଲେ କୁମ୍ଭାରପଡ଼ା ଥାନାର ଏଏସ୍‌ଆଇ ଶ୍ରୀ ମାଳି । ଉଭୟଙ୍କ ଉତ୍ପାତ ଦେଖି  ସେ ପିଛା କରିଥିଲେ । ଶ୍ରୀ ମାଳି ବଡ଼ଶଙ୍ଖଠାରେ ଉଭୟଙ୍କୁ  ଫିଲ୍ମ ଷ୍ଟାଇଲ୍‌ରେ ଅଟକାଇଥିଲେ । ଦୁହିଁଙ୍କ ଚାଲି ଓ ବୋଲି ନିଶାସେବନ କରିବା ଭଳି ହେଉଥିଲା । ଜନ୍ମଦିନ ପାର୍ଟିରୁ ଉଭୟ ଫେରୁଥିବା କହି  ଏଏସ୍‌ଆଇଙ୍କ ୨ ଗୋଡ଼କୁ ଜାବୁଡ଼ି ଧରି ପ୍ଲିଜ୍‌ ସାର୍‌ ଛାଡ଼ି  ଦିଅନ୍ତୁ, ନହେଲେ ବାପା ମାରିବ ବୋଲି କହି କାନ୍ଦିଥିଲେ ।  କିନ୍ତୁ ବାବୁ ନ ଛୋଡ଼ବନ୍ଧା । ଥାନାକୁ ଚାଲ ବୋଲି କହିବା ବେଳେ ରୋମିଓ ତାଙ୍କୁ କୁଣ୍ଢାଇ ପକାଇ ନେହୁରା ହୋଇଥିଲା । ଥାନାରୁ ଏକ ଟିମ୍‌ ସେଠାରେ ପହଞ୍ଚି  ବାଇକକୁ ନେଇଯାଇଥିଲା । ପୁଲିସ ବାବୁଙ୍କୁ ଜାବୁଡ଼ି  ଧରି କାନ୍ଦିବା ସହ ନାକେଦମ୍‌ କରିଥିଲେ ରୋମିଓ ।  ସେମାନଙ୍କଠାରୁ ଏନେଇ ଜରିମାନା ନିଆଯାଇଛି ବୋଲି  କହିଛନ୍ତି ଆଇଆଇସି ଜୟଦୀପ ମହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.