ଭଣ୍ଡାରୀପୋଖରୀ,୩୧/୦୫: ମୋବାଇଲ ଦୋକାନ ପଛପଟେ ଯାଇଛି ନାଳ । ନାଳ ପାଖରେ ରହିଛି ଥାନା ଏବଂ ହାଇସ୍କୁଲ । ଏହା ସତ୍ତ୍ୱେ ଲୁଟେରାମାନେ କାନ୍ଥ କଣା କରି ଲୁଟିବାକୁ ସକ୍ଷମ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ହାଇସ୍କୁଲ ଛକ ତାରେଣୀ ମୋବାଇଲ ଦୋକାନ କାନ୍ଥ କଣା କରି ଲୁଟେରାମାନେ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଶୁକ୍ରବାର ରାତିରେ ଲୁଟେରାମାନେ ମୋବାଇଲ ଦେକାନର କାନ୍ଥ କଣା କରି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟି ନେଇଥିଲେ । ଶନିବାର ସକାଳ ୮ଟାରେ ଦୋକାନ ଖୋଲିବାକୁ ଆସିଥିଲେ ଦୋକାନ ମାଲିକ ବିଭୁଦତ୍ତ କର । ଦେକାନ ଖୋଲିବା ପରେ ଚୋରି ହୋଇଥିବା ଜାଣିଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳକୁ ଯାଇ ସନ୍ଧାନୀ କୁକୁର ସହୟତାରେ ତଦନ୍ତ ଚଳାଇଛି ।