ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଅଧା ରାତିରେ କେନ୍ଦୁପତ୍ର ଫଡିରୁ ଲୁଟ୍‌, ଜଗୁଆଳିଙ୍କୁ ମାଡ଼ ମାରି ୬୫ ବସ୍ତାରୁ ଅଧିକ କେନ୍ଦୁପତ୍ର ଚୋରି କଲେ ଦୁର୍ବୃତ୍ତ

Published By : Harapriya Sethi | November 4, 2024 10:49 AM

ରିଆମାଳ,୦୪/୧୧: ରାତି ଅଧରେ କେନ୍ଦୁପତ୍ର ଫଡିରେ ପଶି ଜଗୁଆଳିଙ୍କୁ ପ୍ରବଳ ମାଡ଼ ମାରିଲେ । ମାଡ଼ ମାରି ୬୫ରୁ ୭୦ ବସ୍ତା କେନ୍ଦୁପତ୍ର ଚୋରି କରିନେଲେ ୧୦ରୁ ୧୨ ଜଣ ଦୁର୍ବୃତ୍ତ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ଫଡ଼ି ଜଗୁଆଳି ଅନିରୁଦ୍ଧ ଲହରା (୫୯) ଓ ପ୍ରତାପ ପ୍ରଧାନ (୪୦) ଜଗିଥିଲେ । ହଠାତ ରାତି ୧୧ଟା ୩୦ ବେଳକୁ ଫଡ଼ି ଭିତରକୁ ୧୦ ରୁ ୧୨ ଜଣ ଲୋକ ପଶି ଆସିଥିଲେ । ଉଭୟ ଜଗୁଆଳିଙ୍କୁ ପ୍ରବଳ ମାଡ଼ ମାରି ଫଡିରୁ ୬୫ରୁ ୭୦ ବସ୍ତା କେନ୍ଦୁପତ୍ର, ୪ଟି ସୋଲାର ବ୍ୟାଟେରୀ, ୨ ଟି ମୋବାଇଲ ଏବଂ ପାଖରେ ଥିବା ହଜାରେ ଟଙ୍କା ନେଇ ଯାଇଥିଲେ ଦୁର୍ବୃତ୍ତ । ସେମାନେ ଯିବା ପରେ ଅନିରୁଦ୍ଧ ମାତ୍ର ୩୦୦ ମିଟର ଦୂରରେ ଥିବା ଫାଣ୍ଡିକୁ ଦୌଡ଼ି ଯାଇ ଏହି ଚୋରି ବିଷୟରେ କହିଥିଲେ । ଖବର ପାଇ ସୋମବାର ସକାଳେ ଦେବଗଡ଼ ଏସ. ପି. ଅନିଲ କୁମାର ମିଶ୍ର, କେନ୍ଦୁପତ୍ର ରେଞ୍ଜରଆଜି ସକାଳ ଏସ. ପି, ରେଞ୍ଜର ଛବିଳ ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.